ଦୌଡ଼ରାଣୀ ପିଟି ଉଷା ଓ ସଂଗୀତଜ୍ଞ ଇଲିୟା ରାଜା ରାଜ୍ୟସଭାକୁ ମନୋନୀତ

add-all

ନୂଆଦିଲ୍ଲୀ: ରାଜ୍ୟସଭାକୁ ମନୋନୀତ ହେଲେ ଦୌଡ଼ରାଣୀ ପିଟି ଉଷା। ତାଙ୍କ ସମେତ କଳା, ସାହିତ୍ୟ, ବିଜ୍ଞାନ ଓ ସମାଜସେବା ଆଦି ବିଭିନ୍ନ କ୍ଷେତ୍ରରୁ ମୋଟ ୪ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଇଲିୟା ରାଜା, ପ୍ରସିଦ୍ଧ ସିନେ ନିର୍ମାତା ବିଜେୟେନ୍ଦ୍ର ପ୍ରସାଦ ଓ ବିଶିଷ୍ଟ ସମାଜସେବୀ ବୀରେନ୍ଦ୍ର ହେଗେଡେ।
ରାଜ୍ୟସଭାକୁ ମନୋନୀତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମସସ୍ତ ସଦସ୍ୟଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି। ଏହି ବିଶିଷ୍ଟ ବ୍ୟକ୍ତିମାନେ ଭାରତୀୟଙ୍କ ପ୍ରେରଣାର ଉତ୍ସ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହୋଇଥିବା ରାଜ୍ୟସଭାର ଏହିସବୁ ସଦସ୍ୟଙ୍କ କାର୍ଯ୍ୟକାଳ ୬ ବର୍ଷ ଲାଗି ରହିବ।

ad-week
Leave A Reply

Your email address will not be published.