ଜମି ବିବାଦକୁ ନେଇ ବାପାକୁ ହତ୍ୟା କରି ଜାଳି ଦେଲା ପୁଅ

add-all

ବରଗଡ଼: ଜମି ଲୋଭରେ ସଇତାନ ପାଲଟିଗଲା ପୁଅ। ଜନ୍ମକଲା ବାପକୁ ବି ଛାଡିଲାନି। ଲୁହା ରଡରେ ପିଟି ପିଟି ମାରିବା ପରେ ପୋଡି ଦେଇଛି ପୁଅ। ଏମିତି ଲୋମହର୍ଷଣକାରୀ ଘଟଣା ବରଗଡର ଜିଲ୍ଲାରେ ଘଟିଛି। ପୋଲିସ ମଶାଣିରେ ପହଞ୍ଚି ଦରପୋଡା ଶବ ଜବତ କରିଛି।

ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ପିପିଲି ପାଲି ଗାଁରେ ଜମିବାଡ଼ିକୁ କେନ୍ଦ୍ର କରି ପୁଅ ହରିପ୍ରଧାନ ବାପା ନାମ ପ୍ରଧାନଙ୍କୁ ଲୁହା ରଡ଼ରେ ଆକ୍ରମଣ କରି ହତ୍ୟା କରିଛି।

ଏହା ପରେ ମଶାଣିକୁ ନେଇ ନିଆଁ ଲଗେଇ ପୋଡିଥିବା ଅଭିଯୋଗ ହୋଇଛି। ଅଗ୍ନିଶମ ବିଭାଗ ମଶାଣିରେ ପହଁଚି ନିଆଁକୁ ଆୟତ୍ତ କରି ଦରପୋଡା ଶବ ଜବତ କରିଛି । ଘଟଣା ସ୍ଥଳରେ ବରପାଲି ପୋଲିସ ପହଁଚି ଅଭିଯୁକ୍ତକୁ ଅଟକ ରଖି ଆରମ୍ଭ କରିଛି ତଦନ୍ତ ।

ad-week
Leave A Reply

Your email address will not be published.