ସାତ ମହିଳା ନକ୍ସଲଙ୍କ ଆତ୍ମସମର୍ପଣ

add-all

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ତଥା ଜିଲ୍ଲାପାଳ, ଆରକ୍ଷୀଅଧିକ୍ଷକ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା କର୍ମନିଯୁକ୍ତି ଅଫିସର, ଜୀବିକା ମିଶନ ଅଧିକାରୀଙ୍କ ଉପସ୍ଥିତରେ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ସ୍ବତନ୍ତ୍ର କେନ୍ଦ୍ରୀୟ ଅନୁଦାନ ଯୋଜନା ମାଧ୍ୟମରେ ମାଲକାନଗିରି ଜିଲ୍ଲାର ସାତଜଣ ମହିଳା ଆତ୍ମ ସମର୍ପଣ କରିଛନ୍ତି | ଆତ୍ମସମର୍ପଣ କରିଥିବା ନକ୍ସଲ ମାନେ ହେଲେ ୧.ତେଲ ଦେବୀ ୨.ଆଡ଼ମେ ମାଡକାମୀ ୩. କୌଶଲ୍ୟା ଖୀଲୋ ୪. ସୁକାନ୍ତି ମାଡ଼ି ୫. ବିଜୟା ମାଡକାମୀ ୬. ସୋନୀ କ୍ଡ଼ମେ ୭.ନାଙ୍ଗି ସୋଡି | ସେମାନଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହୋଇ ଆତ୍ମସ୍ୱାଭିମାନ ର ସହିତ କିଭଳି ନିଜର ଜୀବନଜୀବିକା ସୁରୁଖ ରେ ତୁଲାଇ ପାରିବେ ସେଇଥି ପାଈଁ ସିଲେଇ ମେସିନ ପ୍ରଦାନ କରଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ତୁଲାଇବା ସହ ସଫଳତାର ଶୀର୍ଷ ରେ ପହଞ୍ଚାଇବା ପାଈଁ ଓଏଲଏମ ଓ ମିଶନ ଶକ୍ତି ର ସମସ୍ତ କର୍ମକର୍ତ୍ତା ସହଯୋଗ ପ୍ରଦାନ କରିଥିଲେ।

ad-week
Leave A Reply

Your email address will not be published.