ପ୍ରାମାଣିକ ଚଳଚ୍ଚିତ୍ର ‘କାଳୀ’ ପୋଷ୍ଟର୍‌ ବିବାଦ; ଦିଲ୍ଳୀରେ ବିଶ୍ବ ହିନ୍ଦୁ ପରିଷଦର ଶୋଭାଯାତ୍ରା

add-all

ମୁମ୍ବାଇ: ମୁକ୍ତିଲାଭ କରିବାକୁ ଯାଉଥିବା ପ୍ରାମାଣିକ ଚଳଚ୍ଚିତ୍ର ‘କାଳୀ’କୁ ବିରୋଧ କରି ଶନିବାର ରାଜଧାନୀ ଦିଲ୍ଳୀରେ ବିଶ୍ବ ହିନ୍ଦୁ ପରିଷଦ ଏକ ଶୋଭାଯାତ୍ରା ଆରମ୍ଭ କରିଛି। ଏହି ଯାତ୍ରା ମଣ୍ଡି ହାଉସ୍‌ରୁ ବାରାଖମ୍ବା ରୋଡ୍‌ରୁ ନେଇ ଜନ୍ତର ମନ୍ତର ପର୍ଯ୍ୟନ୍ତ ହେବ ବୋଲି ସୂଚନା ରହିଛି। ଏହି ଯାତ୍ରାକୁ ପୁଲିସ୍‌ ପ୍ରଶାସନ ପକ୍ଷରୁ ସଶସ୍ତ୍ର ଅନୁମତି ମିଳିଛି। ବିଶ୍ବ ହିନ୍ଦୁ ପରିଷଦ ସମେତ ଅନ୍ୟ କେତେକ ସଂଗଠନ ‘କାଳୀ’ ପୋଷ୍ଟର୍‌ ବିବାଦରୁ ନେଇ ରାଜସ୍ଥାନର ଉଦୟପୁରର କହ୍ନେୟାଲାଲ୍‌ ଏବଂ ଅମରାବତୀର ଉମେଶଙ୍କ ହତ୍ୟାକୁ ବିରୋଧ କରି ଶୋଭାଯାତ୍ରା କରୁଥିବାର ସୂଚନା ରହିଛି।
ହିନ୍ଦୁବାଦୀ ପରିଷଦ ଆଜି ସକାଳୁ ହିଁ ‘କାଳୀ’ ପୋଷ୍ଟର୍‌କୁ ବିରୋଧ କରି ରାଜଧାନୀ ଦିଳ୍ଲୀର ରାସ୍ତା ଉପରେ ‌ଶୋଭାଯାତ୍ରା ଆରମ୍ଭ କରିଛି। ମାଆ କାଳୀଙ୍କ ଅପମାନ ହୋଇଥିବା ଅଭିଯୋଗ କରି ହିନ୍ଦୁ ପରିଷଦ ପକ୍ଷରୁ ଏହି ଶୋଭାଯାତ୍ରା କରାଯାଇଛି।
ଉଲ୍ଳେଖଯୋଗ୍ୟ, ପୂର୍ବରୁ ‘କାଳୀ’ ପୋଷ୍ଟର୍‌କୁ ନେଇ ଲୀନା ମଣିମେକଲାଈଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି ହୋଇସାରିଛି। ନିଜ ଫିଲ୍ମର ପୋଷ୍ଟରରେ ଜଣେ ନାରୀ ଦେବୀ କାଳୀଙ୍କ ପରି ବେଶଭୂଷା ହୋଇ ହାତରେ ‘ଏଲ୍‌ଜିବିଟିକ୍ବ୍ୟୁ’ ପତାକା ଧରି ସିଗାରେଟ୍‌ ଟାଣୁଥିବାର ଦୃଶ୍ୟ ଦେଖାଇ ବିବାଦୀୟ ହୋଇପଡ଼ିଥିବା ଲୀନାଙ୍କ ପାଇଁ ଏବେ ସ୍ଥିିତି ବିଗିଡ଼ିବାରେ ଲାଗିଛି।
ଭାରତର ମଦୁରାଇରେ ଜନ୍ମିତା ଏବଂ ଟରଣ୍ଟୋରେ ବସବାସ କରୁଥିବା ଲୀନା ମଣିମେକଲାଈ ପ୍ରଥମେ ‘କାଳୀ’ ଚଳଚ୍ଚିତ୍ରର ଏକ ପୋଷ୍ଟର୍‌ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଥିଲେ। ଏହାପରେ ହିଁ ସେ ବିବାଦର ପରିସର ଭିତରକୁ ପଶି ଆସିଥିଲେ।

ad-week
Leave A Reply

Your email address will not be published.