‘ଅଶୋକ ସ୍ତମ୍ଭର ମୁଖମଣ୍ଡଳ ଚିତ୍ରଣରେ ଭୁଲ ହୋଇନି’  

add-all

ନୂଆଦିଲ୍ଲୀ: ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭର ମୁଖମଣ୍ଡଳ ଚିତ୍ରଣରେ କୌଣସି ଭୁଲ ହୋଇ ନାହିଁ। ଏହା କହିଛନ୍ତି ଏହାର ମୂର୍ତ୍ତିକାର ସୁନୀଲ ଦେବରେ। ନୂତନ ସଂସଦ ଭବନର ଛାତ ଉପରେ ସ୍ଥାପିତ ଅଶୋକ ସ୍ତମ୍ବର ମୁଖମଣ୍ଡଳକୁ ବଦଳାଯାଇଥିବା ବିରୋଧୀ ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ପ୍ରତୀକରେ କେନ୍ଦ୍ର ସରକାର ପରିବର୍ତ୍ତନ କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି। ବିରୋଧୀଙ୍କ କହିବା କଥା ସରକାର ଅଶୋକ ସ୍ତମ୍ଭରେ ବିରାଜମାନ ସିଂହକୁ ହିଂସ୍ରଭାବେ ଚିତ୍ରଣ କରି ଜାତୀୟ ପ୍ରତୀକରେ ପରିବର୍ତ୍ତନ କରିଛନ୍ତି। ହେଲେ ନୂତନ ସଂସଦ ଭବନର ଛାତ ଉପରେ ସ୍ଥାପିତ ଜାତୀୟ ପ୍ରତୀକକୁ ନିର୍ମାଣ କରିଥିବା ମୂର୍ତ୍ତିକାରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।
ଔରଙ୍ଗାବାଦର ମୂର୍ତ୍ତିକାର ସୁନୀଲ ଦେବରେ ମଙ୍ଗଳବାର ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ପ୍ରତୀକରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇ ନାହିଁ। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଜାତୀୟ ପ୍ରତୀକର ଅନାବରଣ କରିଥିଲେ। ଏହି ପ୍ରତୀକ ସମ୍ରାଟ ଅଶୋକଙ୍କ ସାରନାଥ ରାଜଧାନୀରେ ଅବସ୍ଥିତ ପ୍ରତୀକର ନକଲ କରାଯାଥିଲେ ମଧ୍ୟ ଏହି ସିଂହକୁ ଅଧିକ ଉଗ୍ର ଓ ଆକ୍ରମଣାତ୍କମ କରାଯାଇଛି।
ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଅଶୋକ ସ୍ତମ୍ଭର ଏଭଳି ବଡ଼ ପରିବର୍ତ୍ତନ ଆମ ଜାତୀୟ ପ୍ରତୀକ ପ୍ରତି ଅପମାନ। କଂଗ୍ରେସ ସୋଶାଲ ମିଡିଆ ଜାତୀୟ ସଂଯୋଜକ ବିନୟ କୁମାର ଡୋକନିଆ କହିଛନ୍ତି, ଜାତୀୟ ସ୍ତମ୍ଭର ଶାନ୍ତି ପ୍ରିୟ ସିଂହ ଏବେ ମଣିଷ ଖିଆ ସିଂହ ହୋଇଯାଇଛି । ନୂଆ ରୂପରେ ଏହା ଅତି ଉଗ୍ର ଓ ମାରାତ୍ମକ ଦୃଶ୍ୟମାନ ହେଉଛି।

ad-week
Leave A Reply

Your email address will not be published.