ବର୍ଣ୍ଣବୈଷମ୍ୟ ଆକ୍ରମଣ: ୧୪ ବର୍ଷିୟ ମେକ୍ସିକୀୟ ବାଳକକୁ ପୋଡ଼ି ପକାଇଲେ ସହପାଠୀ

add-all

ମେକ୍ସିକୋ ସିଟି: ଶ୍ରେଣୀ କୋଠରି ଭିତରେ ସହପାଠୀମାନେ ଜଣେ ମେକ୍ସିକୀୟ ବାଳକ ଦେହରେ ନିଆଁ ଲଗାଇ ଦେବାରୁ ସେ ସଙ୍ଘାତିକ ଭାବେ ପୋଡ଼ିଯାଇଛି। ତା’ର ଏକମାତ୍ର ଅପରାଧ ହେଲା ସେ ‘ଦେଶଜ’ ଭାଷା କହୁଥିଲା।
ପ୍ରାପ୍ତ ସୂଚନା ଅନୁସାରେ, ଜୁନ୍ ମାସରେ କେନ୍ଦ୍ରୀୟ ରାଜ୍ୟ କ୍ବେରେତା‌ରୋରେ ଥିବା ଗୋଟାଏ ହାଇସ୍କୁଲ୍‌ରେ ପଡୁଥିବା ଜୁଆନ୍‌ ଜାମୋରାନୋଙ୍କ ସିଟ୍‌ରେ ତା’ର ଦୁଜଣ ସହପାଠୀ ‘ଆଲ୍‌କହଲ୍‌’ ଢାଳି ଦେଇଥିଲେ।
ସିଟ୍‌ରେ ବସିବା କିଛିକ୍ଷଣ ମଧ୍ୟରେ ୧୪ ବ‌ର୍ଷିୟ ଜାମୋ‌ରାନୋଙ୍କର ମନେହେଲା ତାଙ୍କ ପ୍ୟାଣ୍ଟ୍‌ ଓଦା ହୋଇଯାଇଛି। ତେଣୁ, ସେ ଠିଆ ହୋଇପଡ଼ିବାରୁ ଆଲ୍‌କହଲ୍‌ ଢାଳିଥିବା ସହପାଠୀଙ୍କ ମଧ୍ୟରୁ ଜଣେ ଜାମୋରାନୋଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ ବୋଲି ତାଙ୍କ ପରିବାର ଲୋକେ କହୁଛନ୍ତି।
ଚମଡ଼ାର ତଳସ୍ତର ପର୍ଯ୍ୟନ୍ତ ପୋଡ଼ି ଅବସ୍ଥା ସାଙ୍ଘାତିକ ହୋଇଯାଇଥିବା ଜାମୋରାନୋ ଚଳିତ ସପ୍ତାହରେ ଡାକ୍ତରଖାନାରୁ ‘ଡିସ୍‌ଚାର୍ଜ’ ହେଲେ।
ଆକ୍ରମଣକାରୀ ଏବଂ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ ଦାଏର କରିଥିବା ତାଙ୍କ ପରିବାରର ଓକିଲ ଏର୍ଣ୍ଣେ‌ଷ୍ଟୋ ଫ୍ରାଙ୍କୋଙ୍କ କହିବା ଅନୁସାରେ, ଆଦିମ ‘ଓଟମି’ ସମ୍ପ୍ରଦାୟର ହୋଇଥିବାରୁ କିଛି ସପ୍ତାହ ହେବ ଜାମୋରାନୋଙ୍କୁ ସହପାଠୀମାନେ ବିଦ୍ରୂପ କରି ଆସୁଥିଲେ। ଥଟାପରିହାସ ଏଡ଼ାଇବା ପାଇଁ ସେ ତା’ର ମାତୃଭାଷା ‘ଓଟୋମି’ ଭାଷାରେ ଯଥାସମ୍ଭବ କମ୍‌ କଥାବାର୍ତ୍ତା କରୁଥିଲା।
ସେ ‘ଓଟମି’ ସମ୍ପ୍ରଦାୟରେ ଜନ୍ମ ହୋଇଥିବାରୁ ଶିକ୍ଷକମାନେ ତାଙ୍କୁ ସମାଲୋଚନା କରୁଥିଲେ ବୋଲି ପରିବାରର ଲୋକେ କହିଛନ୍ତି।
ଘଟଣାର ତଦନ୍ତ ହେବ ବୋଲି ନଗରୀର ରାଜ୍ୟ ପ୍ରସେକ୍ୟୁଟର୍‌ ଘୋ‌ଷଣା କରିଛନ୍ତି।

ad-week
Leave A Reply

Your email address will not be published.