ବିଦେଶରେ ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା, ପ୍ରତିବାଦ କଲା ଭାରତ

add-all

ନୂଆଦିଲ୍ଲୀ: ଅହିଂସାର ବାର୍ତ୍ତାବହ ତଥା ବିଶ୍ୱଶାନ୍ତିର ପଥପ୍ରଦର୍ଶକ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ କାନାଡ଼ାରେ ଭାଙ୍ଗି ଦିଆଯାଇଛି। ଏହାକୁ କଡ଼ା ଭାଷାରା ନିନ୍ଦା କରିଛି ଭାରତ।
କାନାଡ଼ା ଓଣ୍ଟାରିଓରେ ରିଚମଣ୍ଡ ହିଲ ସିଟିରେ ଥିବା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାଯାଇଛି। ସ୍ଥାନୀୟ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏହାକୁ ଏକ ବିଦ୍ୱେଷ ସୃଷ୍ଟିକାରୀ ଅପରାଧ ବୋଲି କହିଛି। ୟଙ୍ଗ ଷ୍ଟ୍ରିଟ୍‌ ଆଣ୍ଡ ଗାଡର୍ଡନ ଏଭିନ୍ୟୁରେ ବିଷ୍ଣୁ ମନ୍ଦିର ନିକଟରେ ଥିବା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗା ଯାଇଛି। ଏ ସମ୍ପର୍କରେ କାନାଡ଼ାର ବ୍ରୋଡକାଷ୍ଟିଂ କର୍ପୋରେଶନ ୟର୍କ ରିଜିଓନାଲ ପୁଲିସ ଷ୍ଟେସନରେ ରିପୋର୍ଟ କରିଛି। ତେବେ ଏହି ଘଟଣାକୁ ନେଇ ଟରାଣ୍ଟୋରେ ଥିବା ଭାରତୀୟ କନସୁଲେଟ୍‌ ପକ୍ଷରୁ ତୀବ୍ର ନିନ୍ଦା କରାଯାଛି।
ଏକ ବିବୃତିରେ କୁହାଯାଇଛି ଯେ, ବିଷ୍ଣୁମନ୍ଦିର ନିକଟରେ ଥିବା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ନିନ୍ଦନୀୟ। ଏଭଳି ଘୃଣାସୃଷ୍ଟିକାରୀ ଅପରାଧ ଏଠାରେ ରହୁଥିବା ଭାରତୀୟଙ୍କୁ ମର୍ମାହତ କରିଛି। ଏହି ହେଟ୍‌ କ୍ରାଇମ ବିରୋଧରେ ତଦନ୍ତ ପାଇଁ ଟରାଣ୍ଟୋରେ ଭାରତୀୟ କନସୁଲେଟ୍‌ ପକ୍ଷରୁ ଟ୍ୱିଟ୍‌ କରି କୁହାଯାଇଛି। ସେହିପରି ଓଟାୱରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏହି ଘଟଣାକୁ ଦୃଢ଼ ନିନ୍ଦା କରାଯାଇଛି।
ସେଠାରେ ରହୁଥିବା ଭାରତୀୟଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ଏମିତି ହେଟ୍‌ କ୍ରାଇମ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଏହି ଘଟଣାରେ କାନାଡ଼ା ସରକାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରାଯାଇଛି। ସବୁଠୁ ନିନ୍ଦନୀୟ କଥା ହେଉଛି, ଭଗ୍ନ ପ୍ରତିମୂର୍ତ୍ତିରେ ଏକ ଗ୍ରାଫିକ୍ସ ବୋର୍ଡ ଲାଗିଛି। ସେଥିରେ ‘ରେପିଷ୍ଟ ଓ ଖଲିସ୍ତାନ’ ଶବ୍ଦ ବ୍ୟବହାର କରାଯାଇଛି। ସ୍ଥାନୀୟ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.