ଭୋଟ ପାଇଁ ଦେଶରୁ ‘ରେବିଡ଼ି ସଂସ୍କୃତି’ ହଟିବା ଉଚିତ୍‌: ମୋଦି

add-all

ଲକ୍ଷ୍ନୌ: ଭୋଟ୍‌ ପାଇଁ ମାଗଣା ବଣ୍ଟନ ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧ କରିଛନ୍ତି। ଭୋଟ୍‌ ପାଇଁ ଏହି ରଣନୀତିକୁ ମୋଦି ‘ମାଗଣା ରେବିଡ଼ି’ ସହ ତୁଳନା କରିଛନ୍ତି। ମୋଦି କହିଛନ୍ତି ଯେ, ଭୋଟ ପାଇବା ପାଇଁ କିଛି ଲୋକ ମାଗଣା ବଣ୍ଟନକୁ ପ୍ରୋତ୍ସାହିତ କରୁଛନ୍ତି। ଏହା ଦେଶ ପାଇଁ ଏକ ଅସୁସ୍ଥ ପରମ୍ପରା ବୋଲି ମୋଦି କହିଛନ୍ତି । ୨୯୬ କିଲୋମିଟର ବିଶିଷ୍ଟ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେର ଉଦ୍‌ଘାଟନ ଅବସରରେ ମୋଦି ଏହା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ମାଗଣା ବଣ୍ଟନ ଦେଶର ବିକାଶରେ ବଡ଼ ବାଧକ ।
ଉତ୍ତରପ୍ରଦେଶର ବିରୋଧୀ ସମାଜବାଦୀ ପାର୍ଟିକୁ ନିଶାନା କରି ମୋଦି କହିଛନ୍ତି ଯେ, ରେବିଡ଼ି ସଂସ୍କୃତି ଦେଶ ପାଇଁ ବିପଜ୍ଜନକ। ଯେଉଁମାନେ ରାବିଡ଼ି ସଂସ୍କୃତିକୁ ବିଶ୍ୱାସ କରନ୍ତି ସେମାନେ ନୂଆ ଏକ୍ଦପ୍ରେସ ୱେ, ବିମାନ ବନ୍ଦର, ଡିଫେନ୍ସ କରିଡର ନିର୍ମାଣ କରନ୍ତ ନାହିଁ। ଏଭଳି ଚିନ୍ତଧାରାକୁ ଆମେ ଏକାଠି ମିଶି ପରାସ୍ତ କରିପାରିବା ବୋଲି ମୋଦି କହିଛନ୍ତି। ଏଥିସହ ରେବିଡ଼ି ସଂସ୍କୃତିକୁ ଆମ ରାଜନୀତିରୁ ହଟେଇବାକୁ ପଡ଼ିବ ବୋଲି ମୋଦି କହିଛନ୍ତି । ସେହିପରି ରେବିଡ଼ି ସଂସ୍କୃତି ବିରୋଧରେ ଯୁବପିଢ଼ିଙ୍କୁ ମୋଦି ଆହ୍ୱାନ କରିଛନ୍ତି ।
ସୂଚନା ଅନୁଯାୟୀ, ରେବିଡ଼ି ହେଉଛି ଉତ୍ତରଭାରତର ଏକ ଲୋକପ୍ରିୟ ମିଠା ଆଇଟ୍‌ମ। ଏହି ଅବସରରେ ମୋଦି କହିଛନ୍ତି ଯେ, ସରକାର ଯେ କୌଣସି ପଲିସି ଆଣନ୍ତି ତାହା ଦେଶର ହିତ ପାଇଁ ଉର୍ଦ୍ଦିଷ୍ଟ ଥାଏ। ଯେ କୌଣସି ଜିନିଷ ଦେଶର କ୍ଷତି ସାଧନ କରେ ତାହା ବିକାଶକୁ ମଧ୍ୟ ପ୍ରଭାବିତ କରେ ବୋଲି ମୋଦି କହିଛନ୍ତି।

ad-week
Leave A Reply

Your email address will not be published.