ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଗୋଆରୁ ୫ଜଣ ବିଧାୟକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କଲା କଂଗ୍ରେସ

add-all

ପାନାଜୀ: ଗୋଆରେ ବିରୋଧୀ କଂଗ୍ରେସ ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରାଜ୍ୟରେ ଥିବା ଏହାର ୧୧ଜଣ ବିଧାୟକଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ଚେନ୍ନାଇକୁ ସ୍ଥାନାନ୍ତର କରିଛି।
ବିଧାନସଭା ଅଧିବେଶନର କାର୍ଯ୍ୟ ଶେଷ ହେବା ପରେ ଶୁକ୍ରବାର ସନ୍ଧ୍ୟାରେ ପାଞ୍ଚ ଜଣ ବିଧାୟକ- ସଂକଳ୍ପ ଆମୋଙ୍କାର, ୟୁରି ଆଲେମାଓ, ଆଲଟୋନ୍‌ ଡି‘କୋଷ୍ଟା, ରୁଡୋଲଫ୍‌ ଫର୍ଣ୍ଣାଣ୍ଡିଜ୍‌ ଏବଂ କାର୍ଲୋଜ୍‌ ଆଲଭାରେସ୍‌ ଫେରେରା-ଙ୍କୁ ଦଳ ପକ୍ଷରୁ ଚେନ୍ନାଇ ସ୍ଥାନାନ୍ତର କରାଯାଇଛି।
କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଶୁକ୍ରବାର ଦିନ ଅଧିବେଶନ ଶେଷ ହେବା ପରେ ଏହି ସମସ୍ତ ବିଧାୟକ ସିଧାସଳଖ ଚେନ୍ନାଇ ଯାଇଛନ୍ତି। ସୋମବାର ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରିବାକୁ ସେମାନେ ସେଠାରୁ ସିଧାସଳଖ ଗୋଆ ଫେରିବେ।
ଜୁଲାଇ ୧୧ ରୁ ଆରମ୍ଭ ହୋଇଥିବା ଗୋଆ ବିଧାନସଭାର ମୌସୁମୀ ଅଧିବେଶନ ଶୁକ୍ରବାର ପର୍ଯ୍ୟନ୍ତ ଚାଲିଥିଲା। ତେବେ ବିରୋଧୀ ଦଳର ଅନ୍ୟ ଛଅ ଜଣ ବିଧାୟକ – ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ, ମାଇକେଲ ଲୋବୋ, ଡେଲିଆଲା ଲୋବୋ, କେଦାର ନାୟକ, ଆଲେକ୍ସୋ ସେକ୍ୱିରା ଏବଂ ରାଜେଶ ଫାଲଦେଶାଇ ଚେନ୍ନାଇ ଯାଇଥିବା ଗୋଷ୍ଠୀର ଅଂଶ ନୁହନ୍ତି ବୋଲି ସୂତ୍ରରୁ ପ୍ରକାଶ।
ଯେତେବେଳେ ମାଇକେଲ ଲୋବୋଙ୍କୁ ଯୋଗାଯୋଗ କରାଯାଇଥିଲା, ସେ କହିଥିଲେ ଯେ ଅନ୍ୟ ପାଞ୍ଚ ଜଣ ବିଧାୟକଙ୍କୁ କାହିଁକି ଚେନ୍ନାଇ ନିଆଗଲା ସେ ବିଷୟରେ ମୋର କୌଣସି ଧାରଣା ନାହିଁ। ମୋତେ ଚେନ୍ନାଇ ଯିବାକୁ ନିମନ୍ତ୍ରଣ କରାଯାଇ ନଥିଲା। ମୁଁ ଜାଣେ ନାହିଁ କାହିଁକି ସେମାନଙ୍କୁ ଚେନ୍ନାଇ ନିଆଯାଇଥିଲା ବୋଲି ଲୋବୋ କହିଛନ୍ତି।

ad-week
Leave A Reply

Your email address will not be published.