ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

add-all

ଭୁବନେଶ୍ବର : ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ୧୧୦୨୦ କୋଣାର୍କ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ। ବଡ଼ ଅଘଟଣାରୁ ବର୍ତ୍ତି ଯାଇଛି ଟ୍ରେନ ଓ ଯାତ୍ରୀ। ଭୁବନେଶ୍ୱର ଷ୍ଟେସନରୁ ୩ଟା ୨୦ ମିନିଟ ସମୟରେ ବାହାରିଥିବା ଟ୍ରେନର ଏସି ବଗିର ତଳେ ଥିବା ବ୍ୟାଟେରୀରେ ସଟସର୍କିଟ ଯୋଗୁଁ ଲାଗିଥିଲା ନିଆଁ। ଧୂଆଁ ମୟ ହୋଇଯାଇଥିଲା ଉକ୍ତ ବଗି।ଧୁଆଁ ବିଷୟରେ ଜାଣିବା ପରେ ରେତଙ୍ଗ ଷ୍ଟେସନରେ ଗାଡି ଅଟକାଇ ନିଆଁକୁ ଆୟତ୍ତ କରାଯାଇଥିଲା।

ନିଆଁ ଲାଗିଥିବା କାରଣୁ ଭୟରେ ଟ୍ରେନରୁ ଯାତ୍ରୀସବୁ ଟ୍ରେନରୁ ଓହ୍ଲାଇ ଯାଇଥିଲେ। ନିଆଁକୁ ଆୟତ୍ତ କରାଯିବା ପରେ ସ୍ୱାଭାବିକ ହୋଇଥିଲା ସ୍ଥିତି। ସ୍ଥିତିରେ ସୁଧାର ଆସିବା ପରେ ପୁଣି ଟ୍ରେନ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛି। ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନାହିଁ।

ad-week
Leave A Reply

Your email address will not be published.