ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୫୨ କରୋନା ଆକ୍ରାନ୍ତ

add-all

ଭୁବନେଶ୍ୱର: ରାଜ୍ୟରୁ ଶନିବାର ଆଉ ୫୫୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୮୪,୨୩୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୦୯ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକରୁ ୧୧୮ ଏବଂ ସୁନ୍ଦରଗଡ଼ରୁ ୪୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ପୁରୀରୁ ୨୯, ମୟୂରଭଞ୍ଜ ୧୬, ସୋନପୁର ୧୫, ନୂଆପଡ଼ା ଏବଂ ସମ୍ବଲପୁରରୁ ୧୦ ଜଣ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଜଗତସିଂହପୁର, ନୟାଗଡ଼ରୁ ୯ ଜଣ ଲେଖାଏ, ଗଜପତିରୁ ୮, ଭଦ୍ରକ, ବୌଦ୍ଧରୁ ୫ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି। ସେହିପରି ଯାଜପୁର ୪, ବାଲେଶ୍ୱର ୩, କେନ୍ଦୁଝର ୩, ଗଞ୍ଜାମ ୨, ରାୟଗଡ଼ା ୨ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଝାରସୁଗୁଡ଼ା, କେନ୍ଦ୍ରାପଡ଼ା ଏବଂ ମାଲକାନଗିରିରୁ ଜଣେ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍‌ପୁଲ୍‌ ସଂଖ୍ୟା ରହିଛି ୪୫।

ad-week
Leave A Reply

Your email address will not be published.