ସୋସିଆଲ ମିଡିଆରେ ଯୁବତୀଙ୍କୁ ବ୍ଲାକମେଲ କରୁଥିବା ଯୁବକ ଗିରଫ

add-all

ଯାଜପୁର: ପ୍ରଥମେ ଯୁବତୀଙ୍କ ଫଟୋ ଲଗାଇ ଫେକ ଆଇଡ଼ି ତିଆରି କରିବା, ଇନଷ୍ଟାଗ୍ରାମରେ ଚାଟିଂ କରିବା, ଅଶ୍ଲିଳ ଫଟୋ ଭାଇରାଲ କରିବା ପାଇଁ ଧମକ ଦେବା ଆଦି ଅଭିଯୋଗରେ ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ପୋଲିସ ଦ୍ୱାରା ଜଣେ ଯୁବକ ଗିରଫ। ଗିରଫ ଯୁବକ ଭଦ୍ରକ ଜିଲ୍ଲା ବାଂସଡା ଥାନା ଜନ୍ତୁଆଳି ଗ୍ରାମର ସୁଶାନ୍ତ ବେହେରା।

ସୁଶାନ୍ତ ହାଇଦ୍ରାବାଦରେ ରହି କାମ କରୁଥିବା ବେଳେ ଇନଷ୍ଟାଗ୍ରାମରେ ଫେକ ଆଇଡ଼ି କରି ବିଭିନ୍ନ ଯୁବତୀଙ୍କ ସହିତ ଅଶ୍ଳୀଳ ଚାଟିଂ କରି ସେମାନଙ୍କୁ ବ୍ଲାକମେଲିଂ କରିଥାଏ । ଯୁବକ ଦ୍ବାରା ଏଭଳି ବ୍ଲାକମେଲିଂର ଶିକାର ହୋଇଥିବା ଯାଜପୁର ଜିଲା ବରୀ-ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଜଣେ ଯୁବତୀ ଏନେଇ ଥାନାରେ ଗତ ମାସ ୨୦ ତାରିଖରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇ ବରୀ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ତେବେ ଗତକାଲି ଯୁବକ ଜଣକ ନିଜ ଗାଁକୁ ଫେରୁଥିବା ଖବର ପାଇ ପୋଲିସ ତାକୁ ଭୁବନେଶ୍ଵରରୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତ ଯୁବକ ଜଣକ ଏହିଭଳି ଭାବେ ଏକାଧିକ ଯୁବତୀଙ୍କୁ ବ୍ଲାକମେଲିଂ କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏପରିକି ଯୁବତୀଙ୍କୁ ଏହିପରି ଭାବେ ବ୍ଲାକମେଲିଂ କରିବା ଅଭିଯୋଗରେ ଜଗତସିଂହପୁର ଥାନାରେ ତା ନାଁ ରେ ମାମଲା ରୁଜୁ ହୋଇଛି। ଅନ୍ୟପଟେ ଅନେକ ଯୁବତୀ ବ୍ଲାକମେଲିଂର ଶିକାର ହୋଇଥିବା ବେଳେ ଭୟରେ ଅଭିଯୋଗ କରୁନଥିବା ସୂଚନା ମିଳିଛି। ତେବେ ଆଜି ଅଭିଯୁକ୍ତ ସୁଶାନ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବରୀ ରାମଚନ୍ଦ୍ରପୁର ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.