ଭୂକମ୍ପରେ ଥରିଲା ମଣିପୁର, ଲୋକେ ଭୟଭୀତ

add-all

ଇମ୍ଫାଲ: ଭୂକମ୍ପରେ ଥରିଲା ମଣିପୁର। ଶନିବାର ବିଳମ୍ବିତ ରାତିରେ ମଣିପୁରରେ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଶନିବାର ରାତି ୧୧.୪୨ ସମୟରେ ଆସମର ପୂର୍ବ ଦକ୍ଷିଣପଟରେ ଥିବା ମୋଏରାଙ୍ଗ, ମଣିପୁର ଏହି ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୮ ରେକର୍ଡ କରାଯାଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଭୂମିକମ୍ପର ଗଭୀରତା ୯୪ କିଲୋମିଟର ତଳେ ଥିବା ଚିହ୍ନଟ ହୋଇଛି। ଏହାର କେନ୍ଦ୍ର ସ୍ଥଳ ରାଜଧାନୀ ଇମ୍ଫାଲଠାରୁ ପ୍ରାୟ ୬୬ କିଲୋମିଟର ଦୂରରେ ଅବସ୍ଥିତ। ଶନିବାର ରାତିରେ ହଠାତ୍‌ ଦୋହଲିଥିଲା ମଣିପୁର। ଏହାପରେ ଲୋକେ ଭୟଭୀତ ହୋଇ ଘର ବାହାରକୁ ଚାଲିଆସିଥିଲେ। ତେବେ ଭୂକମ୍ପ ଯୋଗୁ କୌଣସି ମୃତାହତ କିମ୍ବା କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି।
ଏହା ପୂର୍ବରୁ ଜୁଲାଇ ୫ ତାରିଖରେ ଆସାମରେ ୩.୭ ତିବ୍ରତାର ଏକ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଏହାର ଗଭୀରତା ୩୫ କିମି ଥିବା ବେଳେ ଦିନ ୧୧.୩ଟାରେ ଏହି ଭୂମିକମ୍ପ ହୋଇଥିଲା।

ad-week
Leave A Reply

Your email address will not be published.