ବନ୍ୟା ସ୍ଥିତି ସମୀକ୍ଷା କରିବାକୁ ଯାଇ ଫସିଗଲେ ଜିଲ୍ଲାପାଳ

add-all

ଜୟପୁର: ମହାରାଷ୍ଟ୍ର, ଆମାସ, ଗୁଜରାଟ ଠାରୁ ଆରମ୍ଭ କରି ରାଜସ୍ଥାନ ଯାଏଁ ବର୍ଷା ଲାଗି ରହିଛି। ଫଳରେ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଛି। ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଗତ ୪୮ ଘଣ୍ଟା ଧରି ବର୍ଷା ଲାଗି ରହିବା ଯୋଗୁ ସ୍କୁଲ, କଲେଜ ବନ୍ଦ ରହିଛି। ଅନେକ ଲୋକେ ଜଳବନ୍ଦୀ ହୋଇଛନ୍ତି। ଏଭଳି ସ୍ଥିତିରେ ବନ୍ୟା ସ୍ଥିତି ସମୀକ୍ଷା କରିବାକୁ ଯାଇଥିବା ଜିଲ୍ଲାପାଳ ନିଜେ ଫସିଯାଇଥିଲେ, ଯାହାର ଭିଡିଓ ସାମ୍ନାକୁ ଆସିଛି।
ଶ୍ରୀଗଙ୍ଗାନଗରରେ ବର୍ଷା ପରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ସହିତ ସ୍ଥିତି ଅନୁଧ୍ୟାନ ପାଇଁ ବୋଲେରୋରେ ବାହାରିଥିଲେ ଜିଲ୍ଲାପାଳ ରୁକ୍ମିଣୀ ରିଆର୍‌। ସହରର ବିଭିନ୍ନ ପ୍ରାନ୍ତରେ ଅଣଓସାରିଆ ବସ୍ତିରେ ଫସି ରହିଥିବା ଲୋକଙ୍କ ବିଷୟରେ ସୂଚନା ପାଇବା ପରେ ଜିଲ୍ଲାପାଳ ବୋଲେରୋରେ ମଲ୍ଟି ପର୍ପୋଜ୍ ସ୍କୁଲ ନିକଟରେ ନିର୍ମିତ ଏକ ବ୍ରିଜ୍ ଦେଇ ଯାଉଥିଲେ। ତେବେ ଅଣ୍ଡର ବ୍ରିଜ୍ ତଳେ ଓ ଏହା ଆଖପାଖରେ ଏତେ ପାଣି ହୋଇଥିଲା ଯେ ଜିଲ୍ଲାପାଳଙ୍କ ଗାଡ଼ି ପାଖାପଖି ଅଧା ବୁଡ଼ି ଯାଇଥିଲା। ଗାଡ଼ିଟି ବ୍ରିଜ୍ ନିକଟରେ ପାଣିରେ ଅଧା ବୁଡ଼ି ରହିଥିବା ବେଳେ ସ୍ଥାନୀୟ ଲୋକେ ଦେଖି ସାହାଯ୍ୟ କରିବାକୁ ଆସିଥିଲେ। ସେମାନେ ଗାଡ଼ିଟିକୁ ପଛକୁ ଠେଲି ଠେଲି ପାଣି ଭିତରୁ ବାହାର କିଥିଲେ। ଏହି ପୂରା ଘଟଣାର ଦୃଶ୍ୟକୁ କେହି ମୋବାଇଲ୍‌ରେ ରେକର୍ଡ କରିଥିବା ବେଳେ ଏହା ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।
ଉଲ୍ଲେଖଯୋଗ୍ୟ, ରାଜସ୍ଥାନରେ ଗତ କିଛି ଦିନ ହେବ ଲଗାତର ବର୍ଷା ଜାରି ରହିଛି। ବିକାନେର, ଗଙ୍ଗାନଗର ଏବଂ ଜୈସଲମେର ପରି ଜିଲ୍ଲାଗୁଡିକରେ ସାଧାରଣଠୁ ପ୍ରାୟ ୨ ଗୁଣ ଅଧିକ ବର୍ଷା ହୋଇଛି। ଜୟପୁର ପାଣିପାଗ କେନ୍ଦ୍ର ଏବଂ ଜଳ ସମ୍ପଦ ବିଭାଗର ରିପୋର୍ଟ ଅନୁଯାୟୀ, ଗତ ୪୮ଘଣ୍ଟା ମଧ୍ୟରେ ଗଙ୍ଗାନଗରରେ ୨୭୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଫଳରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସେନା ଏବଂ ପ୍ରଶାସନିକ ଦଳ ଲୋକଙ୍କୁ ରିଲିଫ ଯୋଗାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି। ଅନେକ ଅଞ୍ଚଳରୁ ଜଳ ନିଷ୍କାସନ କରି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରାୟ ୧୦୦ଟି ବଡ଼ ପମ୍ପ ସାହାଯ୍ୟରେ ବିଏସ୍ଏଫ୍ ଏବଂ ସେନାର ଯବାନମାନେ ସହରର ତଳିଆ ଅଞ୍ଚଳରେ ଭର୍ତ୍ତି ହୋଇଥିବା ଜଳକୁ ହଟାଇବା ଉଦ୍ୟମ ଜାରି ରଖିଛନ୍ତି।

ad-week
Leave A Reply

Your email address will not be published.