ଭଡାଘରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

add-all

ଯାଜପୁର: ଯାଜପୁର ଜିଲା ଯାଜପୁରରୋଡ୍‌ ଥାନା ଅନ୍ତର୍ଗତ ଦଳା ଶିବମନ୍ଦିର ନିକଟସ୍ଥ ଏକ ଭଡ଼ାଘରୁ ରବିବାର ପୂର୍ବାହ୍ନରେ ଦମ୍ପତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଜବତ କରାଯାଇଛି। ମୃତକ ହେଲେ ଶଙ୍କର ଦୟାଲ ନାୟକ(୨୭) ଏବଂ ତାଙ୍କ ସ୍ତ୍ରୀ। ତାଙ୍କ ଘର ବାଲେଶ୍ବର ଜିଲା ଫୁଲୱାର କସବା ଅଞ୍ଚଳର ବୋଲି ଜଣାପଡ଼ିଛି।

ଶଙ୍କର କଳିଙ୍ଗନଗର ଜିନ୍ଦଲ ଷ୍ଟେନ୍‌ଲେସ ଷ୍ଟିଲ୍‌ରେ କାମ କରୁଥିଲେ। ତେବେ ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ad-week
Leave A Reply

Your email address will not be published.