ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ବିଭିନ୍ନ ମନ୍ଦିର ଓ ପୂଜାସ୍ଥଳରେ ପୂଜାର୍ଚ୍ଚନା

add-all

ଆସନ୍ତାକାଲି ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁର୍ଙ୍କ ବିଜୟ ପାଇଁ ଆଜି ରାଜ୍ୟର ବିଭିନ୍ନ ମନ୍ଦିର, ଦେବସ୍ଥାନ, ପୂଜାସ୍ଥଳୀରେ ପୂଜା ଅର୍ଚ୍ଚନା କରାଯାଇଛି। ପୁରୀ ଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ସମ୍ବଲପୁରରେ ମା ସମଲେଶ୍ୱରୀ ମନ୍ଦିର ସମେତ ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, ମୟୁରଭଂଜ, କେନ୍ଦୁଝର ଓ ଅନ୍ୟ ଜିଲ୍ଲାମାନଙ୍କରେ ପୂଜାର୍ଚନା କରା ଯାଇଥିବା ଜଣାପଡିଛି।

ଆଜି କଟକନଗର ଭାଜପା ତରଫରୁ ମା କଟକଚଣ୍ଡୀଙ୍କ ପାଖରେ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ଦ୍ରୋପଦି ମୁର୍ମୁଙ୍କ ସୁନିଶ୍ଚିତ ବିଜୟ କରିବା ପାଇଁ ଦୀପଦାନ, ପୂଜାର୍ଚ୍ଚନା ଓ ପ୍ରାର୍ଥନା କରାଯାଇଥିଲା। ପରେ ପରେ ମନ୍ଦିର ବାହାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ରାଜ୍ୟ ସ୍ୱଚ୍ଛ ଭାରତ ସଂଯୋଜକ ମହେଶ ମହାନ୍ତିଙ୍କ ଉପସ୍ଥିତିରେ କରାଯାଇଥିଲା।କଟକନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବୀଣା ମହାପାତ୍ରଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କଟକନଗର ସଭାପତି ଲଲାଟେନ୍ଦୁ ବଡୁ, ରାଜ୍ୟର ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ରଶ୍ମିରେଖା ଦାସ, ମଣ୍ଡଳ ସଭାପତି ରତନ ମହାନ୍ତି, ନମିତା ମିଶ୍ର ଓ ନିତାଇଗୌର ମହାନ୍ତି, ଜିଲ୍ଲା ଯୁବମୋର୍ଚା ସଭାପତି ସତ୍ୟବ୍ରତ ମିଶ୍ର, ମୋର୍ଚ୍ଚା ସାଧାରଣ ସମ୍ପାଦିକା ସଂଯୁକ୍ତା ମିଶ୍ର, ସ୍ବଚ୍ଚ ଭାରତ କଟକ ସଂଯୋଜକ ନଳିନୀ ରାୟ, କାମାକ୍ଷା ମିଶ୍ର, ରାଜ ନନ୍ଦିନୀ ଓ ଶ୍ରୀନିବାସ ରେଡି ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ନଗରରୁ ଶତାଧିକ କାର୍ଯ୍ୟକର୍ତା ପୂଜାର୍ଚ୍ଚନା ରେ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.