ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେଲେ ମହମ୍ମଦ ମୋକିମ, କହିଲେ ମାଟିର ଝିଅକୁ ଭୋଟ୍‌ ଦେଲି

add-all

ଭୁବନେଶ୍ବର: ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେଲେ ମହମ୍ମଦ ମୋକିମ। NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେଇଛନ୍ତି ବାରବାଟୀ-କଟକ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। ନିଜ ବିବେକ ଅନୁସାରେ ଭୋଟ୍‌ ଦେଇଛି ବୋଲି କହିଛନ୍ତି ମୋକିମ। ଆଜିର ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ଥିଲା।

ଆମେ ଲୋକଙ୍କ ସେବା ପାଇଁ ଆସିଛେ। ‘ମୁଁ ଜଣେ ଓଡ଼ିଆ ହିସାବରେ ତାଙ୍କୁ ଭୋଟ୍‌ ଦେଇଛି ବୋଲି କହିଛନ୍ତି ମହମ୍ମଦ ମୋକିମ୍‌। ମାଟିର ଝିଅକୁ ଭୋଟ୍‌ ଦେଲି ବୋଲି ସେ କହିଛନ୍ତି। ସର୍ବୋଚ୍ଚ ପଦବୀରେ ଜଣେ ଓଡ଼ିଆଙ୍କୁ ପାଇ ଆମେ ଗର୍ବିତ।

ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ସେ କହିଛନ୍ତି ନିଜ ଇଚ୍ଛା ଅନୁସାରେ ଜଣେ ଭୋଟ୍‌ ଦେଇପାରିବେ। ଦଳୀୟ ନିଷ୍ପତ୍ତିକୁ ଅବମାନନା କରିଥିବାରୁ ହାଇକମାଣ୍ଡଙ୍କୁ ଜଣାଇଲେ ନରସିଂହ ମିଶ୍ର। ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବାକୁ ଦଳ ନିଷ୍ପତ୍ତି ନେଇଥିଲା। ହେଲେ ଏହାକୁ ଅବମାନନା କରିଛନ୍ତି ମହମ୍ମଦ ମୋକିମ୍‌। ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଦଳ ଜଣଙ୍କୁ ଭୋଟ ଦେବାକୁ ନିଷ୍ପତ୍ତି ନେଇଥିଲା। ସେ ନେଇ ସବୁ ବିଧାୟକ ଏକାଠି ହୋଇ ଆଲୋଚନା କରିଥିଲେ |

ad-week
Leave A Reply

Your email address will not be published.