ହିଞ୍ଜିଳିକାଟୁର ସବୁ ଶୈବପୀଠରେ କାଉଡିଆ ଭକ୍ତ କଲେ ଜଳଲାଗି

add-all

ହିଞ୍ଜିଳିକାଟୁ (୧୮.୦୭) ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ତେଣୁ କାଉଡିଆ ଭକ୍ତଙ୍କ ସମାଗମ ଦୁଇ ବର୍ଷ ପରେ ଦେଖିବାକୁ ମିଳିଛି ହିଞ୍ଜିଳିକାଟୁର ସହରରେ । ସହରର ବଜ଼ାରରେ ଥିବା ଚନ୍ଦ୍ରକଳ୍ପେଶ୍ବର , ହିଞ୍ଜିଳିରେ ଥିବା ସ୍ଵପ୍ନେଶ୍ଵର , ନୂଆଗଡରେ ଥିବା ବାଲୁଙ୍କେଶ୍ୱର ଶୈବପୀଠରେ କାଉଡିଆ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । କାନ୍ଧରେ ଜଳଭାରା ଆଉ ତୁଣ୍ଡରେ ବୋଲବମ ହର ହର ବମ,ଭୋଳା ବାବା ପାର କରେଗା ଧ୍ବନି ପକାଇ ଖାଲି ପାଦରେ ଚାଲି ଚାଲି ଶହ ଶହ ସଂଖ୍ୟକ ବୋଲବମ ଭକ୍ତ ସୋମବାର ସକାଳେ ଶୈବପିଠରେ ପହଞ୍ଚିଥିଲେ । ଶୈବପୀଠରେ କାଉଡିଆମାନେ ଲମ୍ବା ଲାଇନ ଦେଇ ଜଣକ ପରେ ଜଣେ ବାବାଙ୍କୁ ଜଳଲାଗି କରିଥିଲେ ।ସହରବାସୀ ମଧ୍ୟ ଶ୍ରାବଣ ସୋମବାର ଅବସରରେ ଅଧିକ ସଂଖ୍ୟାରେ ଶିବାଳୟଗୁଡ଼ିକରେ ପୂଜା ଉପାସନା କରିଥିଲେ ।କରୋନା ମହାମାରୀ ଲାଗି ଦୁଇ ବର୍ଷ ମନ୍ଦିର ରେ କାଉଡିଆ ଙ୍କୁ ଵାରଣ କରାଯାଇଥିଲା। ଚଳିତବର୍ଷ କାଉଡ଼ିଆମାନଙ୍କର ଭିଡ଼କୁ ଦୃଷ୍ଟିରେ ରଖି ହିଞ୍ଜିଳିକାଟୁର ସବୁ ଶୈବପୀଠରେ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସଜାଗ କରିଥିଲେ

ad-week
Leave A Reply

Your email address will not be published.