ସୋସିଆଲ ମିଡିଆରେ ହିନ୍ଦୁ ଦେବାଦେବୀଙ୍କୁ ନେଇ ବିଭ୍ରାନ୍ତିକର ମନ୍ତବ୍ୟଦେବା ଅଭିଯୋଗରେ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ଥାନାରେ ଏତଲା

add-all

ବାଲିଗୁଡା : ସୋସିଆଲ ମିଡିଆରେ ହିନ୍ଦୁ ଦେବାଦେବୀ ଙ୍କୁ ଜଣେ ଅଣ ହିନ୍ଦୁ ଧର୍ମର ଯୁବକ ବିଭ୍ରାନ୍ତିକର ମନ୍ତ୍ୟବ୍ୟ ଦେଇଥିବା ନେଇ ବାଲିଗୁଡା ଓ କୋଟଗଡ ଥାନାରେ ରାଷ୍ଟୀୟ ବଜରଙ୍ଗ ଦଳ ଓଡିଶା କନ୍ଧମାଳ ଶାଖା ପକ୍ଷରୁ ଥାନାରେ ଏତଲା ଦିଆଯାଇଛି l ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ଅଞ୍ଚଳର ରଶାନ୍ତ ନାୟକ ନାମକ ଜଣେ ଅଣହିନ୍ଦୁ ଯୁବକ ସୋସିଆଲ ମିଡ଼ିଆ (ଫେସବୁକ ଏକାଉଣ୍ଟ )ରେ ହିନ୍ଦୁ ଧର୍ମର ଆରାଧ୍ୟ୍ୟ ଦେବତା ଜଗନ୍ନାଥ ଙ୍କ ଅପମାନ ସୂଚକ ଏକ ପୋଷ୍ଟ କରିଛନ୍ତି ଯାହାକି ହିନ୍ଦୁ ଧର୍ମର ଭାବାବେଗ ଓ ଧାର୍ମିକ ଭାବନା ପ୍ରତି କୁଠାରଘାତ ହେଉଛି l ଜ଼ିଲ୍ଲା ରେ ସାମ୍ପ୍ରଦାୟିକ ଦଙ୍ଗା ପରେ ଭାଇଚାରା ଫେରି ଆସୁଥିବା ବେଳେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ଭାଇଚାରା କ୍ଷୁର୍ଣ୍ଣ କରୁଛନ୍ତି l ରଶାନ୍ତ କୁ ଆଇନ ଅନୁଯାୟୀ ଦଣ୍ଡବିଧାନ କରିବାକୁ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ଦୃଢ଼ ଦାବୀ କରାଯାଇଛି l ତୁରନ୍ତ ଗିରଫ କରାନଗଲେ ଆଗାମୀ ଦିନରେ ରାଷ୍ଟ୍ରିୟ ବଜରଙ୍ଗ ଦଳ, ଆନ୍ତଃ ରାଷ୍ଟ୍ରିୟ ହିନ୍ଦୁ ପରିଷଦ ସମଗ୍ର ଓଡିଶା ବ୍ୟାପି ଆନ୍ଦୋଳନ କରିବାକୁ ଆନ୍ତଃ ରାଷ୍ଟ୍ରୀୟ ବଜରଙ୍ଗ ଦଳ କନ୍ଧମାଳ ଜ଼ିଲ୍ଲା ସଭାପତି ବିଶ୍ୱଜିତ ସାହୁ ଓ ବାଲିଗୁଡା ବଜରଙ୍ଗ ଦଳ ଶାଖା ପରିଚାଳକ ମନୋଜ କୁମାର ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି l

ad-week
Leave A Reply

Your email address will not be published.