ନୂଆ ଜେଏମଏଫସିଙ୍କର କାର୍ଯ୍ୟରେ ଯୋଗଦାନ

add-all

ଛତ୍ରପୁର : ଆଜି ଛତ୍ରପୁର ସିଭିଲ କୋର୍ଟରେ ନୂତନ ଜେଏମଏଫସି ଭାବରେ ଜୁଏଲ ପଟ୍ଟନାୟକ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ, ଜୁଲାଇ ମାସ ୧୬ତାରିଖରେ ପୂର୍ବରୁ କାର୍ଯ୍ୟରତ ଜେଏମଏଫସି ଶ୍ରୀମତୀ ପ୍ରଜ୍ଞା ପାରମିତା ପ୍ରତିହାରୀଙ୍କର ବ୍ରହ୍ମପୁର କୋର୍ଟକୁ ଏସଡ଼ିଜେଏମ ଭାବରେ ପଦୋନ୍ନତି ସହ ବଦଳି ହେବାରୁ ତାଙ୍କ ସ୍ଥାନ ଖାଲି ରହିଥିଲା। ସେହି ସ୍ଥାନରେ ନୂତନ ଜେଏମଏଫସି କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଯାଜପୁର କୋର୍ଟରେ କନିଷ୍ଠ ଦେୱାନୀ ବିଚାରପତି ଭାବେ କାର୍ଯ୍ୟ କରୁଥିଲେ। କାର୍ଯ୍ୟଭାର ଗ୍ରହଣ କରିବା ପରେ ଆଜି କ୍ୟାଡ଼ର ଏପିପି ଶ୍ରୀ ରାଜେଶ କୁମାର ମିଶ୍ର, ଏପିପି ଶ୍ରୀ କୃଷ୍ଣଚନ୍ଦ୍ର ବେହେରା, ଛତ୍ରପୁର ଓକିଲ ସଂଘର ସଭାପତି ଶ୍ରୀ ପ୍ରଦୀପ ପାଢ଼ୀ ଓ ଅନ୍ୟ ଆଇନଜୀବୀମାନେ ସୌଜନ୍ୟମୂଳକ ସାକ୍ଷାତକାର କରିଥିଲେ।

ad-week
Leave A Reply

Your email address will not be published.