ପୁଣି ଦନ୍ତା ହାତୀର ମୃତଦେହ ଉଦ୍ଧାର

add-all

ନୀଳଗିରି, ୧୮।୭ ରାଜ୍ୟରେ ଏବେ ହାତୀଙ୍କ ଜୀବନ ଅସୁରକ୍ଷିତ। କେଉଁଠି ବିଦ୍ୟୁତ ଆଘାତରେ ହାତୀର ଜୀବନ ଯାଉଛି ତ ଆଉ କେଉଁଠି ଶିକାରୀ ମାନେ ଶିକାର କରୁଛନ୍ତି। ଏଭଳି ସ୍ଥିତିରେ ପୁଣି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି। ତେବେ ହାତୀର ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

କିଛିଦିନ ପୂର୍ବରୁ ଏହି ଅଞ୍ଚଳରେ ଜଣେ ଯୁବକଙ୍କୁ ହାତୀ ଦଳି ମାରିଦେଇଥିବା ବେଳେ ଦନ୍ତାଟି ଅଞ୍ଚଳବାସୀଙ୍କ ଆକ୍ରୋଶର ଶିକାର ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି।

ବାଲେଶ୍ଵର ଜିଲ୍ଲା ନୀଳଗିରି ବନବିଭାଗ ଅଧିନ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ କିଛିଦିନ ହେବ କୂଳଡିହା ଅଭ୍ୟାରଣ୍ୟରୁ କିଛି ହାତୀପଲ ଆସି ରହୁଥିବା ବେଳେ ରାତ୍ରିରେ ବିଭିନ୍ନ ଅଞ୍ଚଳକରେ ଉପଦ୍ରବ କରିଥାନ୍ତି। ରବିବାର ରାତିରେ ନରଣପୁର ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ହାତୀଗୁଡିକ ଉପଦ୍ରଵ କରୁଥିଲେ। ତେବେ ମଧ୍ୟ ରାତ୍ରରେ ଏକ ଦନ୍ତା ବରାଗଡ଼ିଆ ଅଞ୍ଚଳରେ ବହୁ ଜୋରରେ ଚିତ୍କାର କରୁଥିଲା। ଭୟରେ ହାତୀ ପାଖକୁ ଯିବାପାଇଁ କେହି ସାହସ ଜୁଟାଇ ପାରିନଥିଲେ। କିନ୍ତୁ ସକାଳେ ଦେଖିବା ବେଳକୁ ଜଣେ ବ୍ୟକ୍ତିର ବାଡ଼ିରେ ହାତୀଟିର ମୃତ ଦେହ ଦେଖିବାକୁ ମିଳିଥିଲା। ତେବେ ହାତୀର ମୃତ୍ୟୁ କୁ ନେଇ ଉଠିଛି ପ୍ରଶ୍ନ।

କିଛିଦିନ ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ଦନ୍ତା ଆକ୍ରମଣ କରି ମାରିଥିବା ବେଳେ ପ୍ରତିଶୋଧ ପରାୟଣ ହୋଇ ଅଞ୍ଚଳବାସୀ ହାତୀଟିକୁ ମାରିଦେଇଥିବା ଅନୁମାନ କରାଯାଉଛି। ହେଲେ ଗ୍ରାମବାସୀ ଘଟଣାକୁ ଅସ୍ବୀକାର କରିଛନ୍ତି। ତଦନ୍ତ ରିପୋର୍ଟକୁ ସମସ୍ତଙ୍କର ଅପେକ୍ଷା ରହିଛି। ଘଟଣା ସ୍ଥଳରେ ନୀଳଗିରି ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ବ କରିଥିବାବେଳେ ମୃତ୍ୟୁର କାରଣ ଖୋଜା ଚାଲିଛି।

ହାତୀଟିକୁ ଗ୍ରାମବାସୀ ଫୁଲ ସିନ୍ଦୁର ଦେଇ ପୂଜା କରୁଥିବା ବେଳେ ମୃତ୍ୟୁ ସନ୍ଦେହ ଘେରକୁ ଆସିଛି। ଡିଏଫଓ ଓ ଅଧିକାରୀ ଆସି ତଦନ୍ତ କରୁଥିବା ବେଳେ ବ୍ୟବଛେଦ ବେଳେ ନମୁନା ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଛି। ମୃତଦେହକୁ ମେସିନ ସାହାଯ୍ୟରେ ମାଟିଖୋଳା ଯାଇ ପୋତି ଦିଆଯାଇଛି।ସେପଟେ ଓଡ଼ିଶାରେ ଏଭଳି ହାତୀ ମୃତ୍ୟୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ପୁର୍ବତନ ଓ୍ବାଇଲଡଲାଇଭ ଓ୍ବାଡେନ ପ୍ରକାଶ ମର୍ଦରାଜ। ଏବେଠାରୁ ସରକାର ଚିନ୍ତାନକଲେ ହାତୀ ବଂଶ ଖୁବଶୀଘ୍ର ଲୋପ ପାଇବ ବୋଲି କହିଛନ୍ତି।

ତେବେ ନୀଳଗିରିରେ ଏହା ପ୍ରଥମ ହାତୀ ମୃତ୍ୟୁ ନୁହଁ ଅନେକ ହାତୀ କୂଳଡିହା ଅଭୟାରଣ୍ୟରେ ମୃତ୍ୟୁବରଣ କରିଛନ୍ତି। ତାହାର କାରଣ ଆଜି ପର୍ଯ୍ୟନ୍ତ ନଖୋଜି ପୁଣି ମୃତ୍ୟୁକୁ ରୋଗର ଆଳ ଦେଖାଇ ବନବିଭାଗ ଖସିଯିବ ବୋଲି କୁହାଯାଇଛି।

ad-week
Leave A Reply

Your email address will not be published.