ମାନସିକଧାରୀ ବୋଲବମ୍ ଭକ୍ତଙ୍କ ପ୍ରଥମ ଜଳାଭିଷେକ ଯାତ୍ରା

add-all

ଦାରିଙ୍ଗବାଡ଼ି,୧୮/୭, ଆଜି ପବିତ୍ର ଶ୍ରାବଣ ମାସ ହୋଇଥିବାରୁ ଦାରିଙ୍ଗବାଡିର ମାନସିକଧାରୀ ବୋଲବମ୍ ଭକ୍ତ ପ୍ରଥମ ଜଳା ଭିଷେକଯାତ୍ରା କରିଥିବା ଦେଖିବାକୁ ମିଳିଛି । ଦେବ ଦେବ ମହାଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ଶ୍ରାବଣ ମାସର ପ୍ରତି ସୋମବାର ଭକ୍ତ ମାନେ ନିଜ ନିଜ ମାନସିକ ପୂରଣ ପାଇଁ ନଦୀକୂଳରେ ଅସ୍ଥାୟୀ ବାଲୁକା ଶିବ ଲିଙ୍ଗ ସ୍ଥାପନା କରି ଫୁଲ, ଦୀପ,ଧୂପ,ବେଲେପତ୍ର, ନଡ଼ିଆ କଦଳୀ ନେଇ ପୂଜା ପାଠ କରିଥାନ୍ତି। ସେହିପରି ଆଜି ଦାରିଙ୍ଗବାଡ଼ିର ମାନସିକଧାରୀ ବୋଲବମ୍ ଭକ୍ତ ମାନେ ପ୍ରଥମ ସୋମବାର ଦିନରେ ସୋନପୁର ନଦୀକୂଳରେ ରୀତି ନୀତି ଅନୁସାରେ ପୂଜା ପାଠ ହୋମୋ ହେଲା ପରେ ଭକ୍ତ ମାନେ ବାହୁଙ୍ଗାରେ ଜଳପାତ୍ର ଧରି ଚାଲି ଚାଲି ଯାଇ ଜଳେଶ୍ବର ଶୈବପୀଠରେ ଜଳାଭିଷେକ କରିଥିବା ଜଣା ପଡ଼ିଛି ।

ad-week
Leave A Reply

Your email address will not be published.