
ଫୁଲବାଣୀ : ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ମହାପାତ୍ର ଙ୍କ ସହିତ ଲୋକସେବା ଭବନ ଭୁବନେଶ୍ୱରରେ କେପିଏଫର ସଭାପତି ରାଧାମୋହନ ମହାପାତ୍ର, ଫୁଲବାଣୀର ମୌଳିକ ସମସ୍ୟା ସରକାରୀ ଜମି ରେ ଆଜକୁ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ଶହ ଶହ ପରିବାର ଘର ବାରି ପଟା ପାଇବାରୁ ବଞ୍ଚିତ ହେଉଛନ୍ତି। ଯାହା ଫଳରେ ତାଙ୍କ ପାଇଁ ସ୍ଥାୟୀ ପ୍ରମାଣପତ୍ର ହାସଲ କରିବା ପାଇଁ ବହୁତ୍ ଅସୁବିଧା ହେଉଛି, ଏହାର ସ୍ଥାୟୀ ସମାଧାନ କରିବା ସହିତ ବହୁ ବର୍ଷ ଧରି ବସବାସ କରୁଥିବା ସମସ୍ତଙ୍କୁ ଘରବାରି ପଟ୍ଟା ପ୍ରଦାନ କରିବା ପାଇଁ ଦାବି କରିବା ସହିତ ଦୀର୍ଘ ସମୟ ଧରି ସକାରାତ୍ମକ ଆଲୋଚନା କରିବା ସହିତ ସମସ୍ତ ସମସ୍ୟା ଅବଗତ କରାଇଛନ୍ତି। ଶ୍ରୀଯୁକ୍ତ ସୁରେଶ ମହାପାତ୍ର ସାର୍ ଏ ବିଷୟରେ ରାଜସ୍ୱ ବିଭାଗ ସହିତ ଆଲେଚନା କରି ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିବାରୁ ଆଶ୍ଵାସନା ଦେଇଛନ୍ତି। ଆଗାମୀ ଦିନରେ ରାଜସ୍ବ ବିଭାଗ ସଚିବଙ୍କ ସହିତ ଆଲୋଚନା କରିବା ପାଇଁ ମଧ୍ଯ ପରାମର୍ଶ ଦେଇଛନ୍ତି। ଆଶ୍ୱାସନା ପରେ ଶ୍ରୀ ମହାପାତ୍ରଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ରାଧାମୋହନ। ଏ ସମସ୍ୟା ସମାଧାନ ହେଲେ ହଜାର ହଜାର ଲୋକ ଉପକୃତ ହେବେ। ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାରେ ଦୀର୍ଘ ଦିନରୁ ବସବାସ କରୁଥିବା ସମସ୍ତେ ଯେପରି ସ୍ଥାୟୀ ପଟ୍ଟା ପାଇବେ ସେନେଇ କେପିଏଫ ରାଜସ୍ୱ ବିଭାଗ ସହିତ ଆଲେଚନା କରିବାକୁ ଉଦ୍ୟମ ଜାରି ରଖିବ ବୋଲି ଗଣମାଧ୍ୟମ ଆଗରେ ରାଧାମୋହନ ପ୍ରକାଶ କରିଛନ୍ତି।