ଚଲାରାସ୍ତା ନିର୍ମାଣ କାର୍ଯ୍ୟ ସରୁନି : ଜନସାଧାରଣ, ଛାତ୍ରଛାତ୍ରୀ ଦୁର୍ଦ୍ଦଶାର ସମ୍ମୁଖୀନ

add-all

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ୧୪ ନଂ ୱାର୍ଡ଼ ଅନ୍ତର୍ଗତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ନିକଟସ୍ଥ ପୋଖରୀ ହୁଡ଼ା ଚଲା ରାସ୍ତା ନିର୍ମାଣ ପାଇଁ ଗତ ୧ ତାରିଖ ଦିନ ଶୁଭ ଦିଆଯାଇଥିଲା । କିନ୍ତୁ ଠିକା ନେଇଥିବା ସଂସ୍ଥା ପୋଖରୀ ଚାରିପଟେ ଜେସିବି ଦ୍ୱାରା ହୁଡ଼ାକୁ ଖୋଳିଦେଇ ଗତ ଦଶ ଦିନ ହେବ ଅସମ୍ପୁର୍ଣ ଅବସ୍ଥାରେ କାର୍ଯ୍ୟକୁ ବନ୍ଦ ରଖିଛନ୍ତି । ଯାହା ଦ୍ୱାରା ଏହି ହୁଡ଼ା ଦେଇ ନୀଳକଣ୍ଠ ଶିଶୁ ବିଦ୍ୟା ମନ୍ଦିର (ବିଦ୍ୟାଳୟ)କୁ ଯାତାୟତ କରୁଥିବା ଶହ ଶହ ଛାତ୍ରଛାତ୍ରୀ, ନୀଳକଣ୍ଠେଶ୍ୱର ମନ୍ଦିରକୁ ଆସୁଥିବା ଶହ ଶହ ଭକ୍ତ ଙ୍କ ସମେତ ଏହି ହୁଡ଼ା ଦେଇ ଦୈନିକ ହଜାର ହଜାର ଜନସାଧାରଣ ଯାତାୟତ କରିଥାନ୍ତି ।

ଏହି ହୁଡ଼ାରେ ପ୍ରାତଃ ଓ ସଂଧ୍ୟାରେ ଶହ ଶହ ସଂଖ୍ୟାରେ ଜନସାଧାରଣ ଦେହ ନିରୋଗ ଏବଂ ସୁସ୍ଥ ରହିବା ପାଇଁ ଯୋଗ ପ୍ରାଣାୟମ କରିବା ସହ ଚାଲିଥାନ୍ତି । ସେହି ଦୢଷ୍ଟିରୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପ୍ରାୟ ୧୮ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଏହି ନୂତନ ଚଲାପଥ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ବର୍ତ୍ତମାନ ଏହି କାର୍ଯ୍ୟ ଅଧପନ୍ତରିଆରେ ପଡ଼ିରହିଛି । ଯାହା ଫଳରେ କି ଛାତ୍ରଛାତ୍ରୀ ମାନେ ଆଣ୍ଠୁଏ ଆଣ୍ଠୁଏ ପାଣି କାଦୁଅରେ ବିଦ୍ୟାଳୟକୁ ଯିବା ଆସିବା କରିଥାନ୍ତି ଏବଂ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି । ତେଣୁ ଏହି ନୂତନ ଭାବେ ନିର୍ମାଣଧିନ ଚଲାପଥ ରାସ୍ତାକୁ ଠିକା ନେଇଥିବା ସଂସ୍ଥା ଶୀଘ୍ର କାର୍ଯ୍ୟ ସାରିବାକୁ ବ୍ରହ୍ମପୁର ମହାନଗର ନିଗମ କମିଶନର ତୁରନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସୁନିଲ କୁମାର ସାହୁ ଦାବୀ କରିଛନ୍ତି ।

ad-week
Leave A Reply

Your email address will not be published.