ଆସନ୍ତା ୨୧ରେ ଇଡି ଅଫିସ ଘେରାଉ କରିବ କଂଗ୍ରେସ

add-all

ଭୁବନେଶ୍ଵର : ଆସନ୍ତା ଜୁଲାଇ ୨୧ରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଇଡି ଅଫିସ ଯାଏ ପଦଯାତ୍ରା କରି ଆନ୍ଦୋଳନ କରିବ କଂଗ୍ରେସ। ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡି ସମନକୁ ପ୍ରତିବାଦ କରି ଅଫିସ ଘେରାଉ କରିବ କଂଗ୍ରେସ। ଏହା ପରେ ଜୁଲାଇ ୨୨ରେ ଜିଲ୍ଲା ମୁଖ୍ୟାଳୟରେ ଆନ୍ଦୋଳନ ହେବ। ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସେପଟେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ମହମ୍ମଦ ମୋକିମଙ୍କ ଭୋଟ୍ ଦେବା ପ୍ରସଙ୍ଗରେ ପିସିସି ସଭାପତି କହିଛନ୍ତି ଯେ, ଏନେଇ ହାଇକମାଣ୍ଡଙ୍କୁ ଜଣାଇଛୁ। ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନିଆଯିବ। ଯାହା ବିଧାନସଭାରେ ଭୋଟିଂ ବେଳେ ଘଟିଲା, ମୁଁ ସେ ସବୁ ଦସ୍ତାବିଜ୍ ପାଇଁ ଅପେକ୍ଷା କରିଛି। କାରଣ ଦର୍ଶାଅ ବି ମାଗି ପାରିବି। ହେଲେ ଦସ୍ତାବିଜ୍ ଅପେକ୍ଷାରେ ଅଛି।

ad-week
Leave A Reply

Your email address will not be published.