ରାଜଧାନୀରେ ବଢ଼ିଲା ଟିକାକରଣ କେନ୍ଦ୍ର

add-all

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବୁଷ୍ଟର ଅଥବା ପ୍ରିକସନ୍‌ ଡୋଜ୍‌ ଦେବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଉଛି। ଏହି କ୍ରମରେ ଭୁବନେଶ୍ୱରରେ ଟିକାକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି ପାଇଛି। ପୂର୍ବରୁ ଏହା ୧୯ ଥିବା ବେଳେ ବୃଦ୍ଧି ପାଇ ୨୭ଟି ହୋଇଛି।

୧୨ରୁ୧୪ ବର୍ଷ ବୟସ ବର୍ଗଙ୍କ କୋର୍ବେଭାକ୍ସ ଟିକା ପାଇଁ ୫ଟି କେନ୍ଦ୍ର ରଖାଯାଇଛି । ସେହିଭଳି ୧୮ରୁ ୫୯ ବର୍ଷ ବୟସ ବର୍ଗଙ୍କ କୋଭିସିଲ୍ଡ ଟିକାର ବୁଷ୍ଟର ଡୋଜ ୟୁନିଟ-୯ ପୌର ସ୍ବାସ୍ଥ୍ୟକେନ୍ଦ୍ରରେ ଦିଆଯିବ । ସେହିପରି କ୍ୟାପିଟାଲ ହସ୍ପିଟାଲ, ବିଏମ୍‌ସି ହସ୍ପିଟାଲ, ଏମ୍ସ ହସ୍ପିଟାଲ ଓ ରେଲୱେ ହସ୍ପିଟାଲ ସମେତ ଅବଶିଷ୍ଟ ୨୧ଟି କେନ୍ଦ୍ରରେ କୋଭାକ୍ସିନ ଟିକାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବା ପ୍ରିକସନ ଡୋଜ ଉପଲବ୍ଧ ହେବ। ଏଥିପାଇଁ ସକାଳ ୯ଟାଠାରୁ ଅପରାହ୍ନ ଗୋଟାଏ ଓ ପୁଣି ଅପରାହ୍ନ ୩ଟାଠାରୁ ସାଢେ ୫ଟା ସମୟ ଧାର୍ଯ୍ୟ କରାଯାଇଛି। cowin ପୋର୍ଟାଲରେ ନାମ ପଞ୍ଜିକରଣ କରି ର୍ନିଦ୍ଧାରିତ ସମୟ ଓ ସ୍ଥାନରେ ମାସ୍କ ପରିଧାନ କରି ଟୀକା ଗ୍ରହଣ କରିବାକୁ ବିଏମସି ପକ୍ଷରୁ ଆହ୍ବାନ କରାଯାଇଛି।

ad-week
Leave A Reply

Your email address will not be published.