ଛତ୍ରପୁର ଓକିଲ ସଂଘ ପକ୍ଷରୁ ନୂତନ ଏଡ଼ିଜେ ଓ ଜେଏମଏଫସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

add-all

ଛତ୍ରପୁର : ଆଜି ଛତ୍ରପୁର ଓକିଲ ସଂଘ ତରଫରୁ ନୂତନ ଭାବେ କାର୍ଯ୍ୟସ୍ଥଳୀରେ ଯୋଗ ଦେଇଥିବା ଏଡ଼ିଜେ ଶ୍ରୀ ମନୋରଞ୍ଜନ ଦାସ ଓ ଜେଏମଏଫସି ଜୁଏଲ ପଟ୍ଟନାୟକଙ୍କୁ ଛତ୍ରପୁର କୋର୍ଟକୁ ସ୍ୱାଗତ କରାଯିବା ସହ ସମ୍ବର୍ଦ୍ଧନା ସଭାର ଏକ ଆୟୋଜନ କରାଯାଇଥିଲା। ଏହି ସଭାରେ ସବଜଜ ମାନସ ରଞ୍ଜନ ରାୟ ଓ ଏସଡ଼ିଜେଏମ୍ ଶ୍ରୀମତୀ ସୌମ୍ୟା ପ୍ରଧାନ ମଧ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସର୍ବ ପ୍ରଥମେ ଛତ୍ରପୁର ବାର ଆସୋସିଏସନର ସଭାପତି ଶ୍ରୀ ପ୍ରଦୀପ ପାଢ଼ୀ ଦୁଇ ନୂତନ ବିଚାରପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ନିଜର ସମ୍ଭାଷଣ ରଖିଥିଲେ ଓ ଓକିଲ ସଂଘ ତରଫରୁ ଯଥା ସମ୍ଭବ ସମନ୍ୱୟ ରଖି କୋର୍ଟର କାର୍ଯ୍ୟ ପରିଚାଳନା କରାଯିବ ବୋଲି ନିଜର ମତ ରଖିଥିଲେ। ଆଜିର ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ଛତ୍ରପୁର ଓକିଲ ସଂଘର ସମ୍ପାଦକ ଏଲ ଗୋପାଳ ରାଓ, ସୀମାଞ୍ଚଳ ମହାପାତ୍ର, ସରକାରୀ ଓକିଲ ପ୍ରଦୀପ ପାତ୍ର, ଡମିନାଥ ସାହୁ, ସୁରେଶ ପଣ୍ଡା, ସମୀର ପାଣିଗ୍ରାହୀ, କମଳ ଲୋଚନ ଦାସ ତଥା ଅନ୍ୟ ଅଧିବକ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.