କାନ୍ଥ ଭୁଶୁଡ଼ି ପାଞ୍ଚ ବର୍ଷର ଶିଶୁପୁତ୍ର ମୃତ

add-all

ବୋଲଗଡ ବ୍ଲକ ଆରିକିମା ପଞ୍ଚାୟତ ବେଗୁନିଆମୂଳି ଗାଁରେ ଅଘଟଣ ।ମାଟି କାନ୍ଥ ଭୁଶୁଡି ପାଞ୍ଚ ବର୍ଷର ଶିଶୁପୁତ୍ରର ମୃତ୍ୟୁ ।ଘଟଣାରୁ ପ୍ରକାଶ ବେଗୁନିଆମୂଳି ଗାଁର ପ୍ରଫୁଲ୍ଲ ପ୍ରଧାନଙ୍କ ଝିଅ ବବିନା ମହାରଣା ଗତ କିଛିବର୍ଷ ହେବ ନିଜ ସ୍ବାମୀଙ୍କ ଠାରୁ ନିର୍ଯାତିତ ହୋଇ ବାପଘର ବେଗୁନିଆମୁଳି ଗାଁରେ ଆଶ୍ରୟ ନେଇଥିଲେ।

ସବୁଦିନ ପରି ବବିନାଙ୍କ ଏହି ପାଞ୍ଚ ବର୍ଷର ଶିଶୁପୁତ୍ର ରାହୁଲ ଦାଣ୍ଡ ଦୂଆରେ ଖେଳୁଥିଲା ।ହେଲେ ବର୍ଷାପାଣିରେ ଓଦା ହୋଇ ରହିଥିବା ମାଟି କାନ୍ଥ ହଠାତ ଭୁଷୁଡ଼ି ପଡିବାରୁ ରାହୁଲ ତା ତଳେ ଚାପିହୋଇ ଯାଇଥିଲେ ।ଗ୍ରାମବାସୀ ଆସି ମାଟିକାନ୍ଥ ଭିତରୁ ମୃତ ଅବସ୍ଥାରେ ରାହୁଲଙ୍କୁ ବାହାର କରି ଖୋର୍ଦ୍ଧା ଡାକ୍ତରଖାନାକୁ ପଠାଇଛନ୍ତି ।ତେବେ ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ad-week
Leave A Reply

Your email address will not be published.