ଦ୍ରୌପଦୀଙ୍କୁ ଭୋଟ ଦେଇଥିଲେ ଅଖିଲେଶଙ୍କ ସହଯୋଗୀ, ସୁରକ୍ଷା ବଢ଼ାଇଲେ କେନ୍ଦ୍ର ସରକାର

add-all

ନୂଆଦିଲ୍ଲୀ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା ଅଖିଲେଶ ଯାଦବଙ୍କ ଘନିଷ୍ଠ ସହଯୋଗୀଙ୍କ ମିଳିଛି ୱାଇ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ଏସ୍‌ବିଏସ୍‌ପିର ମୁଖ୍ୟ ଓମ ପ୍ରକାଶ ରାଜବହର ସମାଜବାଦୀ ପାର୍ଟି ସହ ମିଶି ନିର୍ବାଚନ ଲଢ଼ିଥିଲେ। ହେଲେ ରାଷ୍ଟ୍ରପତି ନିର୍ବାଚନରେ ସେ ତାଙ୍କ ଆଭିମୁଖ୍ୟ ବଦଳାଇଥିଲେ।
ରାଷ୍ଟ୍ରପତି ନିର୍ବାଚନ ବେଳେ ସେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ସହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିଥିଲେ। ଗତ ସପ୍ତାହରେ ଓମ ପ୍ରକାଶ ବିରୋଧୀ ମେଣ୍ଟ ସହ ସମ୍ପର୍କଚ୍ଛିନ୍ନ କରିଥିଲେ। ଅମିତ ଶାହ, ଦ୍ରୌପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭୋଟ ମାଗିବାରୁ ଓମ ପ୍ରକାଶ ଏପରି ପଦକ୍ଷେପ ନେଇଥିଲେ। ସମାଜବାଦୀ ପାର୍ଟି ଠାରୁ ଓମ ପ୍ରକାଶ ଦୂରତା ଅବଲମ୍ବନ କରିଥିବାରୁ ଉତ୍ତର ପ୍ରଦେଶ ବିରୋଧୀ ମେଣ୍ଟରେ ଥିବା ଫାଟ ମଧ୍ୟ ସାମ୍ନାକୁ ଆସିଥିଲା।
ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିଥିଲେ ମଧ୍ୟ ଏସବିଏସ୍‌ପି ଏବେ ବି ବରୋଧୀ ମେଣ୍ଟରେ ଥିବା ଓମ ପ୍ରକାଶ କହିଛନ୍ତି। ସେ କହିଛନ୍ତି, “ମୁଁ ଏବେ ବି ସମାଜବାଦୀ ପାର୍ଟିର ମେଣ୍ଟରେ ରହିଛି। ରାଷ୍ଟ୍ରପତି ନିର୍ବାଚନରେ ମୋ ଦଳ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛି।” ଓମ ପ୍ରକାଶ ସମର୍ଥନ କରିବା ପରେ ତାଙ୍କୁ କେନ୍ଦ୍ର ସରକାର ଗୁରୁବାର ୱାଇ ସ୍ତରୀୟ ସୁରକ୍ଷା ଯୋଗାଇ ଦେଇଛନ୍ତି। ଏବେ ସଶସ୍ତ୍ର କମାଣ୍ଡୋମାନେ ୨୪ ଘଣ୍ଟା ଓମ ପ୍ରକାଶଙ୍କ ସୁରକ୍ଷା କାମରେ ନିୟୋଜିତ ହେବେ।

ad-week
Leave A Reply

Your email address will not be published.