ସୋନିଆଙ୍କୁ ଇଡି ଜେରା ପ୍ରତିବାଦରେ କନ୍ଧମାଳରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

add-all

ଫୁଲବାଣୀ : ଫୁଲବାଣୀ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଇଡି ସମନ ନେଇ ବିଜେପି ଏବଂ ଇଡି ବିରୁଦ୍ଧରେ ଜୋରଯାର ପ୍ରତିବାଦ ଏବଂ ବିକ୍ଷୋଭ କରାଯାଇଛି, ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ, ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢ଼ୀ, ଛାତ୍ର କଂଗ୍ରେସ ସଭାପତି ଅନୁପମ କହ୍ନର ସୋସିଆଲ ମେଡ଼ିଆ ଚେଆରମେନ ନନ୍ଦ କିଶୋର ଦାଶ, ହେମନ୍ତ କର, ସୂର୍ଯ୍ୟକାନ୍ତ ଦାଶ, ମହିଳା କଂଗ୍ରେସ ସଭାପତି ରୁଦା ମଲ୍ଲିକ, ନଗର ସଭାପତି ଶିବ ଶଙ୍କର ବେହେରା, ଆଇ ଏନ ଟି ୟୁ ସି ସଭାପତି ଘନ କୁମାର ଶବର, ଅମୀର ଚାନ୍ଦ ନାୟକ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ, ସାମ୍ବାଦିକ ବଳଦେବ ବେହରା, ଗୌର ଚରଣ ବେହେରା ବିଳାସିନୀ ନାୟକ, ସନ୍ତୋଷ କୁମାର ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ଦାଶ, ନୁରସିଂହ ଶତପଥୀ ପ୍ରମୁଖ ଉପସ୍ଥିତ ରହି ବିଜେପି ସରକାର ବିରୁଦ୍ଧରେ ବର୍ଷି ଥିଲେ। ପରେ କୋର୍ଟ ଛକ ଦେଇ ଏସପି ଅଫିସ ଯାଇ ସେଠାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l
ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ତଥା ଆଇନଜୀବୀ ବିଜୟ ମହାନ୍ତି, ପୀତାମ୍ବର ସାହୁ, ଦୁର୍ଯ୍ୟୋଧନ ପଟ୍ଟନାୟକ, ପ୍ରମୁଖଙ୍କ ସମେତ ବହୁ କର୍ମୀ ଓ ମହିଳା କଂଗ୍ରେସ ନେତ୍ରୀ ଉପସ୍ଥିତ ଥିଲେ l ବିକ୍ଷେlଭକୁ ଦୃଷ୍ଟିରେ ରଖି ଥାନା ଅଧିକାରୀ ସୁଶାନ୍ତ ସେଠୀଙ୍କ ସମେତ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ ।

ad-week
Leave A Reply

Your email address will not be published.