କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ: ଝିଅଙ୍କ ବିଷୟରେ ଲଗାଇଲା ଗୁରୁତର ଅଭିଯୋଗ

add-all

ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। ଦଳ ସ୍ମୃତି ଇରାନୀଙ୍କ ଇସ୍ତଫା ତୁରନ୍ତ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି। ବାସ୍ତବରେ ଇରାନୀଙ୍କ ଝିଅ ସମ୍ପର୍କରେ କଂଗ୍ରେସ ପକ୍ଷରୁ ଏହି ଅଭିଯୋଗ କରାଯାଉଛି। ଯେଉଁଥିରେ ସ୍ମୃତି ଇରାନୀଙ୍କ ଝିଅ ଗୋଆରେ ଚାଲୁଥିବା ବାରରେ ନକଲି ଲାଇସେନ୍ସ ଥିବା ଅଭିଯୋଗ ହୋଇଛି।

କଂଗ୍ରେସ ନେତାମାନେ କହିଛନ୍ତି ଯେ ଏହି ଲାଇସେନ୍ସକୁ ନକଲି ଢଙ୍ଗରେ ଦିଆଯାଇଛି। ଯାହାର ଅନୁସନ୍ଧାନ କରାଯିବା ଉଚିତ୍।

କଂଗ୍ରେସ ନେତା ଜୟରାମ ରମେଶ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆମେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଇରାନୀଙ୍କ ଇସ୍ତଫା ଦାବିକରିଛୁ। ଏହା ଇରାନୀଙ୍କ ବିରୁଦ୍ଧରେ ଅଭିଯୋଗ ନୁହେଁ, ଏହା ସମ୍ପୂର୍ଣ୍ଣ ଦଲିଲ ଯାହା ଆରଟିଆଇରୁ ନିଆଯାଇଛି। ଗୋଆରେ ଚାଲୁଥିବା ଏକ ବାରରେ ସ୍ମୃତି ଇରାନୀଙ୍କ ଝିଅଙ୍କ ଦ୍ଵାରା ନକଲି ଲାଇସେନ୍ସ ଥିବା ଅଭିଯୋଗ ହୋଇଛି। ଏହା ବେଆଇନ ଭାବରେ ଘଟିଛି। ମୃତ ବ୍ୟକ୍ତିଙ୍କ ନାମରେ ଏହି ଲାଇସେନ୍ସ ନିଆଯାଇଛି। ଗୋଆର ନିୟମ ଅନୁଯାୟୀ ରେଷ୍ଟୁରାଣ୍ଟକୁ ଏକ ଲାଇସେନ୍ସ ମିଳିପାରିବ।

ad-week
Leave A Reply

Your email address will not be published.