ଡାକ୍ତରଖାନାରେ ଡନ୍ ଭଳି ବ୍ୟବହାର କରୁଛନ୍ତି ପାର୍ଥ ଚାଟାର୍ଜୀ: କୋଲକାତା ହାଇକୋର୍ଟକୁ କହିଲା ଇଡି

add-all

କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଦ୍ବାରା ଗିରଫ ହୋଇଛନ୍ତି ପଶ୍ଚିମବଙ୍ଗ ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀ। ପଶ୍ଚିମବଙ୍ଗ କ୍ୟାବିନେଟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରାଯିବା ପରେ ଏବେ କେନ୍ଦ୍ର ଓ ରାଜ୍ୟ ସରକାର ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ପାର୍ଥ ଚାଟାର୍ଜୀଙ୍କୁ ଅନ୍ୟ ଡାକ୍ତରଖାନାକୁ କାହିଁକି ସ୍ଥାନାନ୍ତର କରାଗଲା ସେନେଇ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଇଡି ଆପତ୍ତି ଉଠାଇଛି। ଏହା ସହିତ ଇଡି ଅଭିଯୋଗ କରିଛି ଯେ, ପାର୍ଥ ଚାଟାର୍ଜୀ ଡାକ୍ତରଖାନାରେ ଡନ୍ ଭଳି ଆଚରଣ କରୁଛନ୍ତି ଏବଂ ସେ ପଚରାଉଚରାରେ ସହଯୋଗ କରୁନାହାଁନ୍ତି।
ସୂଚନା ମୁତାବକ, ପାର୍ଥ ଚାଟାର୍ଜୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ବିରୋଧରେ ଇଡି କୋଲକାତା ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା। ଏହା ଉପରେ ରବିବାର ଶୁଣାଣି ହୋଇଥିଲା। ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁ ଇଡି ପକ୍ଷରୁ ହାଜର ହୋଇଥିଲେ।ଏସ.ଭି ରାଜୁ ହାଇକୋର୍ଟକୁ କହିଥିଲେ ଯେ, ପାର୍ଥଙ୍କୁ ୨ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି। ଏଭଳି ପରିସ୍ଥିତିରେ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ଦିନକୁ ରିମାଣ୍ଡ ଦିନ ଭାବେ ନଗଣାଯାଉ। ଯଦି ଚାହାଁନ୍ତି, ପାର୍ଥଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ କିମ୍ବା କଲ୍ୟାଣୀରେ ଥିବା ଏମ୍ସରେ ଭର୍ତ୍ତି କରାଯାଇପାରିବ। ଇଡିକୁ ନଜଣାଇ ପାର୍ଥଙ୍କୁ ଅଲଗା ହସ୍ପିଟାଲକୁ ନିଆଯାଇଛି। ପାର୍ଥ ହସ୍ପିଟାଲରେ ଡନ୍ ଭଳି ବ୍ୟବହାର କରୁଛନ୍ତି।
ଉଲ୍ଲେଖଯୋଗ୍ୟ, ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଦ୍ବାରା ଗିରଫ ହୋଇଥିବା ପଶ୍ଚିମବଙ୍ଗ ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗତକାଲି ଦୁଇ ଦିନିଆ ରିମାଣ୍ଡରେ ନେଇଥିଲା ଇଡି। ଏହା ପରେ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ad-week
Leave A Reply

Your email address will not be published.