ରାସ୍ତାରୁ ୪୫ ଲକ୍ଷ ଟଙ୍କା ପାଇ ଥାନାରେ ଦେଲେ ଛତିଶଗଡ଼ ଟ୍ରାଫିକ୍‌ ପୁଲିସ

add-all

ରାୟପୁର: ଶନିବାର ଦିନ ଛତିଶଗଡ଼ର ରାଜଧାନୀ ରାୟପୁରରେ ଜଣେ ଟ୍ରାଫିକ୍‌ ପୁଲିସ ବାଟରୁ ୪୫ ଲକ୍ଷ ଟଙ୍କା ପାଇ ସ୍ଥାନୀୟ ଥାନାରେ ଦାଖଲ କରିଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।
ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ସୁଖନନ୍ଦନ ରାଠୋର୍‌ କହିଛନ୍ତି, ସକ‌ାଳେ ମାନା ଥାନା ଅନ୍ତର୍ଗତ ରାସ୍ତାରୁ ନବ ରାୟପୁରର କାୟାବନ୍ଧା ପୋଷ୍ଟ୍‌ରେ ଡିୟୁଟି କରୁଥିବା ଟ୍ରାଫିକ୍‌ କନେଷ୍ଟ୍‌ବଳ ନୀଳାମ୍ବର ସିହ୍ନା ଗୋଟାଏ ବ୍ୟାଗ୍‌ ପାଇଥିଲେ। ବ୍ୟାଗ୍‌ ଖୋଲି ଦେଖିଲେ, ସେଥିରେ ୪୫ ଲକ୍ଷ ଟଙ୍କାର ୨୦୦୦ ଓ ୫୦୦ ଟଙ୍କିଆ ନୋଟ୍‌ ଅଛି। ଏ ସଂକ୍ରାନ୍ତରେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇ ସେ ଟଙ୍କା ବ୍ୟାଗ୍‌କୁ ସିଭିଲ୍‌ ଲାଇନ୍‌ ଥାନାରେ ଦାଖଲ କରିଥିଲେ।
ଏଭଳି ଦୃଷ୍ଟାନ୍ତମୂଳକ ସାଧୁତାରେ ସନ୍ତୁଷ୍ଟ ହୋଇ ବରିଷ୍ଠ ଅଧିକାରୀମାନେ ସିହ୍ନାଙ୍କୁ ପୁରସ୍କାର ଦେବେ ବୋଲି ଘୋଷଣା କରିଥିବା କଥା ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ସୁଖନନ୍ଦନ ରାଠୋର୍‌ କହିଛନ୍ତି। ଏତେ ଟଙ୍କା କୁଆଡୁ ଆସିଲା ଜାଣିବା ଲାଗି ସିଭିଲ୍‌ ଲାଇନ୍ ପୁଲିସ ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.