ବରଗଡ଼-ନୂଆପଡ଼ା ନୂତନ ରେଲୱେ ଲାଇନ ଅନୁମୋଦନ ପାଇଥିବାରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମ୍ବର୍ଦ୍ଧନା

add-all

ଜନ ସାଧାରଣଙ୍କ ବହୁ ଦିନର ଆଶା ଆକାଂକ୍ଷା ଓ ଦାବି ପ୍ରତି ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ସରକାର ମୋହର ମାରି ବରଗଡ଼ରୁ ନୂଆଁପଡ଼ା ପର୍ଯ୍ୟନ୍ତ ନୂତନ ରେଲୱେ ଲାଇନକୁ ଅନୁମୋଦନ କରିଥିବାରୁ ନୂଆଦିଲ୍ଲୀ ରେଲୱେ ଭବନରେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପଦ୍ମପୁର ଓ ନୂଆପଡ଼ାବାସୀଙ୍କ ତରଫରୁ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

କଳାହାଣ୍ଡି ସାଂସଦ ଶ୍ରୀ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ, ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ, ବିଜେପି ବରିଷ୍ଠ ନେତୃମଣ୍ଡଳୀ ଶ୍ରୀ ଗୋବର୍ଦ୍ଧନ ଅଗ୍ରୱାଲ, ଶ୍ରୀ ପ୍ରୀତେଶ ବହିଦାର, ସରୋଜ ପାଣିଗ୍ରାହୀ, ସରୋଜ ସାମଲ, ମଦନ ମୋହନ ପଟେଲ, ଡା. ଲମ୍ବୋଦର ପଣ୍ଡା, ଡା ଶ୍ରୀକାନ୍ତ ପାଣିଗ୍ରାହୀ ମାନ୍ୟବର ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବା ସହ ଅଂଚଳବାସୀଙ୍କ ତରଫରୁ ଧନ୍ୟବାଦ ଦେଇଥିଲେ । ତୁରନ୍ତ ଯେଭଳି ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ ସେଥିପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଯାଇଥିବାବେଳେ ପ୍ରାଥମିକତା ଦିଆଯାଇ ବହୁ ଶୀଘ୍ର ଏହି ନିର୍ମାଣ କାର୍ଯ୍ୟ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ନିର୍ଭର ପ୍ରତିଶ୍ରୁତି ଦେଇଥିବାର ଶ୍ରୀ ପୁରୋହିତ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.