୧୦୦ କୋଟି ଟଙ୍କା ଦିଅ ରାଜ୍ୟସଭା ଓ ରାଜ୍ୟପାଳ ପଦବୀ ନିଅ: ସିବିଆଇ ଜାଲରେ ରାକେଟ୍

add-all

ନୂଆଦିଲ୍ଲୀ: ରାଜ୍ୟସଭା ଏବଂ ରାଜ୍ୟପାଳ ପଦ ଭଳି ଲୋଭନୀୟ ଅଫର ଦେଇ ଅର୍ଥ କାରବାର କରୁଥିବା ଏକ ବଡ଼ଧରଣର ରାକେଟକୁ ପର୍ଦ୍ଦାଫାଶ କରିଛି ସିବିଆଇ। ଏହି ରାକେଟ ୧୦୦ କୋଟି ଟଙ୍କା ବଦଳରେ ରାଜ୍ୟସଭା ସଦସ୍ୟ ପଦ ଏବଂ ରାଜ୍ୟପାଳପଦ ପାଇଁ ଅଫର ଦେଉଥିବା ସିବିଆଇ କହିଛି। ଏମିତି ଟଙ୍କା କାରବାର ହେଉଥିବା ବେଳେ ଅଭିଯୁକ୍ତଙ୍କୁ ରେଡ ହ୍ୟାଣ୍ଡେଡ୍‌ ଧରିଛି ସିବିଆଇ। ସେହି ଅଭିଯୁକ୍ତମାନେ ରାଜ୍ୟପାଳ ପଦ ପାଇଁ ୧୦୦ କୋଟି ଟଙ୍କରା ଅଫର ଦେଉଥିବା ସିବିଆଇ କହିଛି। ଗତ କିଛି ଦିନ ହେବ ଏହି ଅଭିଯୁକ୍ତଙ୍କ ଉପରେ ସିବିଆଇ ନିଘା ରଖିଥିଲା। ସେମାନଙ୍କ ଫୋନ୍‌କଲ ଟ୍ୟାପିଂ ଏବଂ ଅନ୍ୟାନ୍ୟ ଗତିବିଧି ପରେ ସିବିଆଇ ନଜର ରଖିଥିଲା।
ଏହି ଘଟଣାରେ ସିବିଆଇ ପକ୍କା ପ୍ରମାଣ ପାଇଁ ୪ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଏହି ୪ ଜଣ ହେଲେ ମହାରାଷ୍ଟ୍ରର କର୍ମଲାକର ପ୍ରେମ କୁମାର, କର୍ଣ୍ଣାଟକର ରବୀନ୍ଦ୍ର ଭିଥାଲ ନାଏକ, ଦିଲ୍ଲୀର ମହେନ୍ଦ୍ରପାଲ ଆରୋରା ଏବଂ ଅଭିଷେକ ବୋରା। ଏହି ୪ ଜଣ ଏକ ରାକେଟ ଚଳାଇ ଆସୁଥିଲେ। ସେମାନେ କିଛି ବଡ଼ବଡ଼ିଆ ତଥା ରାଜନୀତି ସହ ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କୁ ନିଜ ଜାଲରେ ଫସାଇ ରାଜ୍ୟ ସଭା ଏବଂ ରାଜ୍ୟପାଳ ପଦବୀ ଭଳି ଅଫର ଦେଉଥିଲେ। ବଦଳରେ ମୋଟା ଅଙ୍କର ଅର୍ଥ ଚାହୁଁଥିଲେ। ଏହି ରାକେଟ ପଛରେ ଉଚ୍ଚପଦସ୍ତ ସରକାରୀ କର୍ମଚାରିଙ୍କ ହାତ ଥିବା ସୁରାଗ ମିଳିଛି।
ଲୋକଙ୍କୁ ଠକିବା ପାଈଁ ଏହି ରାକେଟ କିଭଳି କାର୍ଯ୍ୟ କରୁଛି ସେନେଇ ସବିଆଇ ଏତଲା ଦେଇଛି। ଅଭିଯୁକ୍ତଙ୍କ ମଧ୍ୟରେ ପ୍ରେମକୁମାର ନିଜକୁ ସିବିଆଇ ଅଫିସର ଭାବେ ପରିଚୟ ଦେଇ ଭିତିରିଆ କାରବାର ଚଳାଉଥିଲେ। ସେହିପରି ଅଭିଯୁକ୍ତମାନେ ବଡ଼ ବଡ଼ ରାଜନେତା ଓ ବ୍ୟୁରୋକ୍ରାଟଙ୍କ ସହ ଭଲ ସମ୍ପର୍କ ଥିବା କହି ଗ୍ରାହକଙ୍କୁ ଭୁଆଁବୋଲାଉ ଥିଲେ। ଯାହା ସିବିଆଇ ଏତଲାରେ ଦର୍ଶାଇଛି।

ad-week
Leave A Reply

Your email address will not be published.