
ଭୁବନେଶ୍ୱର: ବାବୁସାନ-ପ୍ରକୃତି ଓ ତୃପ୍ତି ବିବାଦ ମାମଲା । ଏହି ମାମଲାରେ ନୂଆ ନିଷ୍ପତ୍ତି ଆସିବାର ସମ୍ଭାବନା ରହିଛି । କାରଣ ଚେନ୍ନାଇରେ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇନାହାନ୍ତି ବାବୁସାନ । ଏହି କାର୍ଯ୍ୟକ୍ରମରେ ଆଗାମୀ ଫିଲ୍ମ ଦମନର ପ୍ରମୋସନ ବାବୁସାନ କରିଥାନ୍ତେ ।
ସେହିପରି ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଅନ୍ୟ କଳାକାରମାନେ ଯୋଗ ଦେଇଥିବାର ଫଟୋ ସାମ୍ନାକୁ ଆସିଛି । ତେବେ ଗତକାଲି ଫିଲ୍ମର କାର୍ଯ୍ୟକ୍ରମକୁ ଯାଉନଥିବା ଭିଡିଓ ପୋଷ୍ଟ କରି ବାବୁସାନ କହିଥିଲେ ।
ସେହିପରି ଗତକାଲି ପୋଷ୍ଟ କରିଥିବା ଭିଡିଓରେ ତାଙ୍କ ପରିବାର ଲୋକଙ୍କ ଅଭିଯୋହକୁ ବାବୁସାନ ଖଣ୍ଡନ କରିଥିଲେ । ପ୍ରକୃତି ତାଙ୍କର ଭଲ ସାଙ୍ଗ ବୋଲି କହିଥିଲେ । ସେ ତାଙ୍କୁ ବ୍ଲାକମେଲ କରିନାହାନ୍ତି କି ହଇରାଣ କରନ୍ତିନି ବୋଲି ଭିଡିଓ ମାଧ୍ୟମରେ କହିଥିଲେ ।