
ଭୁବନେଶ୍ୱର: ମଙ୍କିପକ୍ସକୁ ନେଇ ଏବେ ସାରା ବିଶ୍ୱରେ ଚିନ୍ତା ବଢିଯାଇଛି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶ ଡାକ୍ତର ନିରଞ୍ଜନ ମିଶ୍ର । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ମେଡିକାଲ କେଲଜ, ମୁଖ୍ୟ ଚିକିତ୍ସାଧିକାରୀ, ବିଶେଷଜ୍ଞ ଡାକ୍ତରମାନଙ୍କୁ ମଙ୍କିପକ୍ସ ବାବଦରେ ସଚେତନତା କରାଯାଇଛି ।
ଏହାସହିତ ସେମାନଙ୍କୁ ଗାଇଡଲାଇନ ବିଷୟରେ ପୂର୍ବରୁ ଅବଗତ କରାଯାଇଛି । ଯେଉଁମାନେ ବାହାରୁ ଆସୁଛନ୍ତି ସେମାନଙ୍କ ଉପରେ ନଜର ରଖିବାକୁ ଜିଲ୍ଲାଗୁଡିକୁ ନିର୍ଦ୍ଦେଶ ଦିଆଯାଉଛି । ଯେଉଁମାନଙ୍କର ଲକ୍ଷଣ ଥିବ ସେମାନଙ୍କୁ କିପରି ପରୀକ୍ଷା କରାଯିବ ସେନେଇ ଆରଏମଆରସି ସହିତ ସ୍ୱାସ୍ଥ୍ୟ ବିଭାଗ ଆଲୋଚନା କରିଛି ।
ସାରା ଦେଶରେ ଆରଏମଆରସି ସମେତ ୧୫ଟି ସ୍ଥାନପେ ମଙ୍କିପକ୍ସ ପରୀକ୍ଷା କରାଯାଉଛି । ମଙ୍କିପକ୍ସକୁ ନେଇ ସର୍ଭେଲାନ୍ସ ବଢାଯିବ । ସମସ୍ତ ମେଡିକାଲ କଲେଜକୁ ବେଡ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।