ଚିଲିକା ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ସୁପ୍ରିମକୋର୍ଟ

add-all

ଭୁବନେଶ୍ୱର: ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ମାମଲାରେ ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସୋମବାର ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ମାନ୍ୟବର କୋର୍ଟ ତାଙ୍କ ଶୁଣାଣିରେ ବିଧାୟକ ଜଗଦ୍ଦେବଙ୍କୁ ନିଜ ନିର୍ବାଚନ ମଣ୍ଡଳୀକୁ ୧ ବର୍ଷ ପାଇଁ ଯିବାକୁ ବାରଣ କରିଛନ୍ତି। ତେବେ ଜିଲାପାଳଙ୍କ ଅନୁମତି ନେଇ ନିର୍ବାଚନ ମଣ୍ଡଳୀ ଯାଇପାରିବେ ବିଧାୟକ। ଏଥିସହ ୫ ଜଣରୁ ଅଧିକ ଲୋକଙ୍କୁ ନେଇ ସଭା ସମିତି କରିବାକୁ ବାରଣ କରିଛନ୍ତି କୋର୍ଟ।

ଆଡଭୋକେଟ ଯଶୋବନ୍ତ ଦାସ, ପିନାକୀ ମିଶ୍ର, ସିନିୟର ଆଡଭୋକେଟ ଭାବନା ଦାସ ଏବଂ ମାନସ ଚାନ୍ଦ ବିଧାୟକଙ୍କ ଲାଗି ମାମଲା ଲଢୁଥିଲେ। ସୁପ୍ରିମକୋର୍ଟ ବିଚାରପତି ହେମନ୍ତ ଗୁପ୍ତା ଏବଂ ବିକ୍ରମ ନାଥ ଉକ୍ତ ଶୁଣାଣି କରିଥିଲେ।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୨ରେ ଗିରଫ ହୋଇଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ମାର୍ଚ୍ଚ ୧୨ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅଫିସ ସମ୍ମୁଖରେ ସାଧାରଣ ଜନତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ। ପରେ ସାଧାରଣ ଜନତାଙ୍କ ସମେତ କିଛି ପୋଲିସ କର୍ମଚାରୀ ଗୁରୁତର ହୋଇଥିଲେ। ଉକ୍ତ ଘଟଣାରେ ବିଧାୟକଙ୍କୁ ଗିରଫ କରାଯାଇଥିଲା।

ad-week
Leave A Reply

Your email address will not be published.