କଟକ ଲାଲବାଗ କୁତ୍ତାଖାଇ ଗଳିରେ ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣାରେ ପର୍ଦ୍ଦାଫାସ

add-all

କଟକ: କଟକ ଲାଲବାଗ ଥାନା କୁତ୍ତାଖାଇ ଗଳିରେ ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣାରେ ପର୍ଦ୍ଦାଫାସ। ସିସିଟିଭି ଫୁଟେଜରୁ ଖୋଲିଲା ମର୍ଡର ମିଷ୍ଟ୍ରି। ପୁଅର ଲାପ୍‌ଟପ୍‌ରେ ଥିବା ଆପତ୍ତିଜନକ ଭିଡିଓ ପାଇଁ ଗଲା ମା’ର ପ୍ରାଣ। ହତ୍ୟାରେ ସଂପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଥିବା କଟକ ଡିସିପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ରହିଛି। ଜୁଲାଇ ୧୫ ତାରିଖରେ ଦିନଦ୍ୱିପହରେ ବି. ଗୁଣବତୀ ନାମକ ମହିଳାଙ୍କୁ ପନିକିରେ ଗଳା କାଟି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏକ ସ୍ୱତନ୍ତ୍ର ଟିମ୍‌କୁ ଦିଆଯାଇଥିଲା ତଦନ୍ତ ଭାର। ଗୁଣବତୀଙ୍କ ପୁଅ ଓ ମୁଖ୍ୟ ଅଭିଯୁକ୍ତଙ୍କ ପରିବାରର ଜଣେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ ଲାପ୍‌ଟପ୍‌ରେ ରହିଥିବା ତଦନ୍ତରୁ ଜଣାପଡିଛି।

ଲାପ୍‌ଟପ୍‌କୁ ହାସଲ କରିବାକୁ ମହିଳାଙ୍କ ପଡ଼ୋଶୀ ୱାଇ ସୁଦୀପ ଓ ୱାଇ ସୁନୀଲଙ୍କୁ ଦାୟିତ୍ୱ ଦେଇଥିଲେ ମୁଖ୍ୟ ଅଭିଯୁକ୍ତ। ଗିରଫ ଅଭିଯୁକ୍ତ ଦୁଇ ଭାଇ । ଉଭୟ ଅଭିଯୁକ୍ତ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ଫେରସ୍ତ କରି ପାରୁନ ଥିଲେ । ତେଣୁ ଲାପଟପ ଆଣିଦେଲେ ଟଙ୍କା ଫେରାଇବାକୁ ପଡିବ ନାହିଁ ବୋଲି ମୁଖ୍ୟ ଅଭିଯୁକ୍ତ କହିଥିଲେ । ତେଣୁ ୨ ହତ୍ୟାକାରୀ କେହି ଘରେ ନଥିବା ବେଳେ ଗୁଣବତୀଙ୍କ ଗଳା କାଟି ହତ୍ୟା କରି ଲାପ୍‌ଟପ୍‌ ନେଇ ପଳାଇଥିଲେ। ପରେ ଲାପ୍‌ଟପ୍‌କୁ ଭାଙ୍ଗି ମହାନଦୀରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ। ସେପଟେ ଲାପଟପ୍‌କୁ ମହାନଦୀରୁ ବାହାର କରିବାକୁ ଅଗ୍ନିଶମ ଯବାନ ଓ ସ୍କୁବା ଡାଇଭରଙ୍କ ସହାୟତା ନେଇ ସନ୍ଧାନ କାର୍ଯ୍ୟଆରମ୍ଭ କରିଛି ପୋଲିସ ।

ad-week
Leave A Reply

Your email address will not be published.