ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ବାଙ୍କୀଠାରେ ‘ବିଶ୍ୱ ଜଳବୁଡ଼ି ନିରୋଧ’ ଦିବସ ପାଳିତ

add-all

ଭୁବନେଶ୍ୱର : ସୋମବାର ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ବାଙ୍କୀ ସ୍ଥିତ ମହାନଦୀ କୁଳର ଅରଖ ପଡିଆ ଠାରେ ‘ବିଶ୍ୱ ଜଳବୁଡ଼ି ନିରୋଧ’ ଦିବସ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରଫେସର ସବିତା ଆଚାର୍ଯ୍ୟ, କୁଳପତି, ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଡ଼. ପ୍ରବୋଧ କୁମାର ହୋତା, ବାଣିଜ୍ୟ ବିଭାଗ ମୁଖ୍ୟ, ପ୍ରଫେସର ସୁଶାନ୍ତ କୁମାର ବଡ଼ମାଳି, ରୂସା ୨.୦, ସଂଯୋଜକ, ବାଙ୍କୀ ଅଟୋନମସ କଲେଜ ପ୍ରିନସିପାଲ କ୍ୟାପ୍ଟେନ ବି. ପି. ହୋତା, ରାଣୀ ସୁକଦେଇ ମହିଳା କଲେଜର ପ୍ରିନସିପାଲ, ଜ୍ୟୋତ୍ସ୍ନାରାଣୀ ମହାନ୍ତି, ରାଣୀ ସୁକଦେଇ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବି. ପଟ୍ଟନାୟକ, ଅଗ୍ନିଶ୍ରମ ବାହିନୀର ଷ୍ଟେସନ ମାଷ୍ଟେର, ପି. କେ. ଓଝା, ଏନ. ଏ. ସି. ମୁଖ୍ୟ, ଯୋଗେନ୍ଦ୍ର ନାଥ ଓ ମେଜର ଯଦୁମଣି ପ୍ରଧାନ, ତାଙ୍କ ଟିମ ଏବଂ ତିନି ସହରୁ ଉର୍ଦ୍ଧ ବାଙ୍କୀ ସ୍କୁଲ, କଲେଜର ଛାତ୍ର ଛାତ୍ରୀ ଏହି ଲାଇବ ୱାର୍କସପରେ ଉପସ୍ଥିତ ଥିଲେ ।

ୟୁ. ଇ. ସି. ଏଚ. ର ନିର୍ଦ୍ଧେଶକ ଡ଼. ଅଵିଦ ଅଲି ଖାନ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ ସେହି ଦିବସ ଅବସରରେ କିଛି ବକ୍ତବ୍ୟ ରଖିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଓଡ଼ିଶାର ପୂର୍ବ ଉପକୂଳ ବର୍ତି ସାତୋଟି ଜିଲ୍ଲାର ଲୋକମାନେ ବେଶୀ ବୁଡ଼ିଯାଉଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ସମୁଦ୍ର ଜୁଆର ତଥା ନଈ ବଢ଼ି ସମୟରେ ବହୁ ସଂଖ୍ୟାରେ ଲୋକେ ବୁଡି ମାରି ଥାନ୍ତି ବୋଲି ଓଡ୍ରାଫ ଟିମ ର ସୁଶାନ୍ତ କୁମାର ସ୍ୱାଇଁ ମତ ରଖିଥିଲେ । ଲାଇବ ୱାର୍କସପ ଜରିଆରେ ପ୍ରଥମେ ଉଦ୍ଧାରକାରୀ ନିଜେ ସୁରକ୍ଷିତ ଓ କ୍ଷମତାରେ ରହି ଉଦ୍ଧାର କାର୍ଯ୍ୟ କରିବା ଦରକାର ଏବଂ ଯଦି ସନ୍ତରଣ ଜାଣନ୍ତି ତେବେ ହିଁ ପାଣିକୁ ଓଲ୍ହାଇ ବୁଡି ଯାଉଥିବା ଲୋକଙ୍କୁ ବଞ୍ଚାଇବା ପାଇଁ ପ୍ରୟାସ କରିବା ଦରକାର ବୋଲି ଆହୁରି ସେ ମତ ରଖିଥିଲେ । ପୁଣି ଉଦ୍ଧାର କରିସାରିବା ପରେ ପ୍ରାଥମିକ ପଦକ୍ଷେପ କିପରି ନେବ, ଲୋକର ନିଶ୍ୱାସ ପ୍ରଶ୍ୱାସକୁ କିଭଳି ନିୟଂତ୍ରଣ କରାଜିବ, ସମସ୍ତ ପ୍ରଶିକ୍ଷଣ ସିଧା ସଳଖ ପ୍ରଦର୍ଶନ ଛାତ୍ର ଛାତ୍ରୀଙ୍କୁ ତଥା ଉପସ୍ଥିତ ଅତିଥିମାନଙ୍କ ସମୁଖରେ କରିଥିଲେ ।

ଆଜିର ପ୍ରଶିକ୍ଷଣ ଭଲ ଭାବରେ ଶିଖିବା, ନିଜେ ସନ୍ତରଣ ଶିକ୍ଷା କରି ଅନ୍ୟକୁ ଶିଖିବା ପାଇଁ ପ୍ରେରଣା ଦେବା, ବିପଦ ସଂକୁଳ ପରିସ୍ଥିତିରେ ବ୍ୟଗ୍ର ନ ହୋଇ ସ୍ଥିର ରହି ସଚେତନତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇ ଥିଲେ ପ୍ରଫେସର ସବିତା ଆଚାର୍ଯ୍ୟ । ଛାତ୍ର ଛାତ୍ରୀ ମାନେ ନଦୀ କୁଳରେ ରହି ଦୂରରୁ ଓଡ୍ରାଫ ଟିମର ଏହି ଲାଇବ ପ୍ରଦର୍ଶନକୁ ଦେଖି ତଥା ବନ୍ୟା ପାଣିରୁ ରକ୍ଷା ପାଇବା ଉପାୟ ଗୁଡିକ, ଉଦ୍ଧାର ପରେ ଡାକ୍ତରଖାନା ନେବା ପୂର୍ବରୁ ପ୍ରାଥମିକ ଚିକିତ୍ସା ଅନେକ ଛୋଟ ବଡ ଟେକନିକ ସବୁ ଶିଖିଥିଲେ । ଶେଷରେ ରୂସା ଆଉଟରୀଚ ଟିମ ର ପ୍ରୋଗ୍ରାମ ମ୍ୟାନେଜେର ଅନନ୍ୟା ପଟ୍ଟନାୟକ ଉପସ୍ଥିତ ସମସ୍ତ ଅତିଥି ଗଣ, ଓଡ୍ରାଫ ଟିମ, ସ୍କୁଲ ଓ କଲେଜ କତୃପକ୍ଷ ଏବଂ ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ ଧନ୍ୟବାଦ ଜଣାଇ ସଭାଟିକୁ ସୁଚାରୁ ରୂପେ ସାଙ୍ଗ କରିଥିଲେ ।

ad-week
Leave A Reply

Your email address will not be published.