ପାର୍ଥ ଓ ଅର୍ପିତାଙ୍କ ଦୁର୍ନୀତି ଗୁମର ଖୋଲିବ କଳା ଡାଏରୀ!

add-all

କୋଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତ ଜାରି ରଖିଛି। ତଦନ୍ତ ଯେତେ ବଢ଼ୁଛି ସେତେ ଅଶ୍ଚର୍ଯ୍ୟକର ଖୁଲାସା ହେଉଛି। ତଦନ୍ତ ବେଳେ ଅର୍ପିତା ମୁଖାର୍ଜୀଙ୍କ ଘରୁ ଏକ କଳା ରଙ୍ଗର ଡାଏରୀ ଇଡି ହାତରେ ଲାଗିଛି। ଏହି ଡାଏରୀରୁ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମେତ ତାଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଦୁର୍ନୀତି ଗୁମର ଖୋଲିପାରେ। ଅନେକ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟର ଖୁଲାସା ଏହି ଡାଏରୀରେ ହୋଇପାରେ ବୋଲି କୁହାଯାଇଛି।
ଗତ ସପ୍ତାହରେ ଅର୍ପିତାଙ୍କ ଡାଏମଣ୍ଡ ସିଟିର ସାଉଥ ରେସିଡେଣ୍ଟରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲେ। ଏହି ରେଡ୍‌ ବେଳେ ତାଙ୍କ ଘରୁ ପୁଳା ପୁଳା ଟଙ୍କା ମିଳିବା ସହ ଏହି କଳା ଡାଏରୀକୁ ମଧ୍ୟ ଜବତ କରିଥିଲା ଇଡି। ୪୦ ପୃଷ୍ଠା ବିଶିଷ୍ଟ ଏହି ଡାଏରୀରେ ଅନେକ କୋଡ୍‌ ୱାର୍ଡ ବ୍ୟବହାର କରାଯାଇଛି। ତେବେ ଏସବୁ କୋଡ୍‌ ୱାର୍ଡର ଅର୍ଥ କ’ଣ? ତାକୁ ସମାଧାନ କରିବା ପାଇଁ ଇଡି ଲାଗିପଡିଛି।
କୋଡ୍‌ ୱାର୍ଡ ଭାଙ୍ଗିବା ପରେ ପଶ୍ଚିମବଙ୍ଗରେ ହୋଇଥିବା ସ୍କୁଲ ନିଯୁକ୍ତି ଦୁର୍ନୀତି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳି ପାରିବ ବୋଲି ସନ୍ଦେହ କରାଯାଉଛି। ଯେପରିକି ଏହି ଦୁର୍ନୀତିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, କେତେ ଅର୍ଥ ସଂଗ୍ରହ ହୋଇଥିଲା ଏସବୁ ପ୍ରଶ୍ନର ଉତ୍ତର ଏଥିରୁ ମିଳିପାରିବ ବୋଲି କୁହାଯାଇଛି। ଏସବୁ ତଥ୍ୟ ପାର୍ଥଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଇଡିକୁ ସହାୟକ ହୋଇପାରେ। ସୂଚନା ମୁତାବକ, ଆଜି ଇଡି ମନ୍ତ୍ରୀ ପାର୍ଥ ଚାର୍ଟାଜୀ ଓ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ପଚରାଉଚରା ଜାରି ରଖିଛି। ଉଭୟଙ୍କୁ ମୁହାଁମୁହିଁ ବସାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରଶ୍ନ କରୁଛି।
ଗତ ଶୁକ୍ରବାରଦିନ ଇଡି ଅର୍ପିତା ମୁଖାର୍ଜୀଙ୍କ ଘରୁ ଚଢଉ କରି ନଗଦ ୨୧ କୋଟି ଟଙ୍କା ଜବତ କରିଥିଲା। ଏସବୁ ଟଙ୍କା ପଶ୍ଚିମବଙ୍ଗରେ ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତିରୁ ସଂଗ୍ରହ କରାଯାଇଥିବା ସନ୍ଦେହ କରାଯାଉଛି। ପଶ୍ଚିମ ବଙ୍ଗ ସ୍କୁଲ ସର୍ଭିସ କମିଶନ ଓ ପ୍ରାଥମିକ ଶିକ୍ଷା ବୋର୍ଡରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ଇଡି ପାର୍ଥଙ୍କ ଅଫିସ, ଘର ସମେତ ମୋଟ ୧୩ଟି ସ୍ଥାନରେ ଚଢଉ କରିଥିଲା। ଏହା ପରେ ଶନିବାର ଦିନ ଉଭୟଙ୍କୁ ଗିରଫ କରାଯାଇଥିଲା।

ad-week
Leave A Reply

Your email address will not be published.