ବିମାନ ଖାଦ୍ୟରୁ ବାହାରିଲା ସାପ ମୁଣ୍ଡ

add-all

ତୁର୍କୀ: ବିମାନ ଖାଦ୍ୟରୁ ବାହାରିଲା ସାପ ମୁଣ୍ଡ। ଜଣେ ବୀମାନ କ୍ର୍ୟୁ ସଦସ୍ୟଙ୍କ ଖାଦ୍ୟ ଥାଳିରୁ ବାହାରିଛି ଏହି ସାପ ମୁଣ୍ଡ। ଖାଦ୍ୟ ଥାଳିରେ ଥିଲା ଶାଗ ସମେତ ବିଭିନ୍ନ ପ୍ରକାର ସ୍ନାକ୍ସ। ତେବେ କ୍ର୍ୟୁ ସଦସ୍ୟ ନିଜ ଖାଦ୍ୟ ଥାଳିରୁ ଶାଗ ଖାଉଥିବା ବେଳେ ଏହା ଭିତରୁ ସାପ ମୁଣ୍ଡ ବାହାରିଥିଲା। ଯାହାକୁ ନେଇ ସେ ବିମାନ ଭିତରେ ଛାନିଆ ହୋଇପଡ଼ିଥିଲେ। ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯିବା ନେଇ ସେ ଭୟଭୀତ ହୋଇପଡ଼ିଥିଲେ। ଏହାକୁ ନେଇ ଅନ୍ୟମାନେ ମଧ୍ୟ ଆତଙ୍କିତ ହୋଇପଡ଼ିଥିଲେ। ତୁର୍କୀର ଏକ ବିମାନରେ ଦିଆଯାଇଥିବା ଖାଦ୍ୟରୁ ବାହାରିଛି ଏହି ସାପ ମୁଣ୍ଡ। ସନ୍‌ଏକ୍ସପ୍ରେସ୍ ବିମାନରେ ଚଳିତ ମାସ ୨୧ ତାରିଖରେ ଏହି ଘଟଣା ଘଟିଛି। ବିମାନଟି ତୁର୍କୀର ଅଙ୍କରାରୁ ଜର୍ମାନୀ ଯାଉଥିଲା।
ବିମାନ କ୍ର୍ୟୁ ମଧ୍ୟ ଖାଦ୍ୟ ଥାଳିରୁ ସାପମୁଣ୍ଡ ବାହାରିଥିବା ସତ୍ୟ ବୋଲି ପ୍ରକାଶ କରିଛନ୍ତି। ଖାଦ୍ୟରୁ ସାପମୁଣ୍ଡ ବାହାରିବାର ଏକ ଭିଡ଼ିଓ କରି ଟ୍ୱିଟ କରାଯିବା ପରେ ଏହା ଭାଇରାଲ ହୋଇଛି। ଏହି ଘଟଣା ପରେ ବିମାନ ଚଳାଚଳ କର୍ତ୍ତୃପକ୍ଷ ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରିଦେଇଛନ୍ତି। ଅନ୍ୟପଟେ ଘଟଣା ପରେ ବିମାନ ଖାଦ୍ୟ ଗୁଣବତା ଓ ସୁରକ୍ଷାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଏ ବାବଦରେ ରିପୋର୍ଟ କରିଥିବା ଦ’ ଇଣ୍ଡିପେଣ୍ଡେଣ୍ଟ ମୁତାବିକ, ବିମାନ ଖାଦ୍ୟରେ ଏଭଳି ଖାଦ୍ୟ ପ୍ରଦାନ କରାଯିବାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ବିମାନ ଉଡ଼ାଣ କର୍ତ୍ତୃପକ୍ଷ କହିଛନ୍ତି । ଅନ୍ୟପଟେ ବିମାନରେ ଖାଦ୍ୟ ଯୋଗାଣ କରୁଥିବା କମ୍ପାନୀ ଖାଦ୍ୟରେ ସାପ ମୁଣ୍ଡ ଦିଆଯିବା ଘଟଣାକୁ ଅସ୍ୱୀକାର କରିଛି। ଦିଆଯାଉଥିବା ଖାଦ୍ୟ ୨୮୦ ଡିଗ୍ରୀ ଉତ୍ତାପରେ ପ୍ରସ୍ତୁତ କରାଯାଉଥିବା ବେଳେ ସାପର ମୁଣ୍ଡ ତାଜା ଥିବା ଦେଖିବାକୁ ମିଳୁଛି, ତେଣୁ ଏହା ଖାଦ୍ୟରେ ପରେ ପକାଇ ଦିଆଯାଇଥିବା ଖାଦ୍ୟ ଯୋଗାଉଥିବା ସଂସ୍ଥା ପକ୍ଷରୁ କୁହାଯାଇଛି।

ad-week
Leave A Reply

Your email address will not be published.