ଆଉ ଏକ ଗୁଳିବିଦ୍ଧ ଅସୁସ୍ଥ ଦନ୍ତା ହାତୀ ଠାବ

add-all

କଟକ: କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ନରସିଂହପୁର ପୂର୍ବ ବନ ବିଭାଗ ଅଧିନ ଦେବଭୂମି ସଂରକ୍ଷିତ ଜଙ୍ଗଲ ନୂଆଗଡ କମ୍ପାଣ୍ଟମେଣ୍ଟ ୩ ଜଙ୍ଗଲରେ ଏକ ଗୁଳିବିଦ୍ଦ ଦନ୍ତାହାତୀ ଅସୁସ୍ଥ ହୋଇ ବୁଲୁଥିବା ସୂଚନା ମିଳିଛି।

ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏକ ୩୦ ରୁ ୩୨ ବର୍ଷର ଦନ୍ତା ହାତୀଟି ପୂର୍ବ ବନ ବିଭାଗ ଅଧିନ ଦେବଭୂମି ସଂରକ୍ଷିତ ଜଙ୍ଗଲ ନୂଆଗଡ କମ୍ପାଣ୍ଟମେଣ୍ଟ ୩ରେ ତଥା ବୁଢ଼ାବୁଢ଼ୀ ଘାଟିର ଦୁଇ କିଲୋମିଟର ଜଙ୍ଗଲ ଭିତରେ ଅସୁସ୍ଥ ଦନ୍ତା ହାତୀଟି ବୁଲୁଥିବା ଜଣାପଡ଼ିଛି।

ହାତୀର କାନ ପାଖରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ହେଲେ ବନ ବିଭାଗ ଏ ନେଇ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଛି।

ad-week
Leave A Reply

Your email address will not be published.