ଲିଫ୍ଟ ମାଗି ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ଲୁଟି ନେଲେ ୧ ଲକ୍ଷ ୭୦ ହଜାର ଟଙ୍କା

add-all

ଲିଫ୍ଟ ମାଗିବା ବାହାନାରେ ରାସ୍ତାରେ ଯାଉଥିବା ବ୍ଯବସାୟୀଙ୍କୁ ଅଟକାଇ ଭୂଜାଲିରେ ଆକ୍ରମଣ କରି ୧ ଲକ୍ଷ ୭୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମଥାନୀ ଅଣ୍ତର ବାଇପାସ ନିକଟରେ ଆଜି ସକାଳା ୯ ଟା ସମୟରେ ଲକ୍ଷ୍ମଣପଡା ଗ୍ରାମର ବ୍ଯବସାୟୀ ପଞ୍ଚାନନ ମହାନ୍ତି ନିଜର ଗ୍ରୋସରି ଦୋକାନ ପାଇଁ ଜିନିଷ ଆଣିବା ପାଇଁ ବାଇକରେ ଜଳେଶ୍ବର ଯାଉଥିବା ସମୟରେ ଦୁଇଟି ବାଇକରେ ୫ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଲିଫ୍ଟ ମାଗିବା ବାହାନା ରେ ଅଟକାଇ ଥିଲେ ।

ପଞ୍ଚାନନ ବାଇକ ସ୍ଲୋ କରିବା ପରେ ଦୁର୍ବୃତ୍ତ ମାନେ ତାଙ୍କୁ ଭୂଜାଲ ରେ ମାରଣାନ୍ତକ ଆକ୍ରମଣ କରିଥିଲେ। ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡି ଛଟପଟ ହେଉଥିବା ବେଳେ ବାଇକ ଡିକି ଭାଙ୍ଗି ୧ ଲକ୍ଷ ୭୦ ହଜାର ଟଙ୍କା ନେଇ ଦୁର୍ବୃତ୍ତ ମାନେ ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ରେ ଭର୍ତ୍ତି କରାଇଥିଲେ। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ମୁଖ୍ଯ ଚିକିତ୍ସାଳୟ କୁ ସ୍ଥାନାନ୍ତର କରା ଯାଇଛି । ଖବର ପାଇ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.