ନୂଆପଡ଼ାରେ ଝାଡାବାନ୍ତି ଆତଙ୍କ, ଜଣେ ମୃତ ୨୦ ଆକ୍ରାନ୍ତ…

add-all

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ଗାଁରେ ଝାଡାବାନ୍ତି ଆତଙ୍କ ଦେଖିବାକୁ ମିଳିଛି। ଝାଡାବାନ୍ତିରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ତରବୋଡ ମେଡିକାଲ ଓ ନୂଆପଡ଼ା ଜିଲ୍ଲା ମେଡିକାଲରେ ଭର୍ତ୍ତି କରା ଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଲାଲଦେଈ ହଂସ।

ଚିକିତ୍ସାଧୀନ ଅବସ୍ଥା ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଗ୍ରାମବାସୀମାନେ ନଳକୂପ ପାଣି ପିଇବା ଦ୍ୱାରା ଝାଡ଼ାବାନ୍ତି ବ୍ୟାପୁଥିବା ଜଣାଯାଇଛି। ଗତ ରାତିରେ ମେଡିକାଲ ଟିମ୍‌ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ଚିକିତ୍ସା ଜାରି ରଖିଛନ୍ତି। ଜଟଗଡ଼ ଗାଁରେ ୨୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରନ୍ତି।

ad-week
Leave A Reply

Your email address will not be published.