ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅନ୍ତର୍ଭୁକ୍ତ ୬୨ଟି କୃଷି ସେବା କେନ୍ଦ୍ରଗୁଡିକୁ ଉପକରଣ ବଣ୍ଟନ

add-all

ଛତ୍ରପୁର (୨୬/୦୭) : ମିଶନ ଶକ୍ତି ବିଭାଗର ଓଡ଼ିଶା ଜୀବିକା ମିଶନ ପ୍ରୟାସରେ ଗଞ୍ଜାମ ଜିଲ୍ଲାର ୬୨ ଟି ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ଦ୍ୱାରା ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ କୃଷି ସେବାକେନ୍ଦ୍ର ସ୍ଥାପନ କରିବା ନିମନ୍ତେ ଟ୍ରାକ୍ଟର, ରୋଟାଭେଟର, ପାୱାର ଟିଲର, ପାୱାର ସ୍ପ୍ରେୟର, ପମ୍ପସେଟ୍, ଡାଲି କଳ, ଧାନ କଳ, ତେଲ କଳ ଇତ୍ୟାଦି କୃଷିଉପକରଣ କ୍ରୟ କରା ଯାଇ ଆବଣ୍ଟନ ହୋଇଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘମାନେ ଶତକଡା ୫୦ ପ୍ରତିଶତ ରିହାତି ପାଇପାରିବେ। ଏହି ଯୋଜନା ରେ ବେଗୁନିଆପଡା ବ୍ଲକର ୪ ଗୋଟି, ଛତ୍ରପୁର ବ୍ଲକର ୯ ଗୋଟି, ଚିକିଟି ବ୍ଲକର ୪ ଗୋଟି, ଗଞ୍ଜାମ ବ୍ଲକର ୧୦ ଗୋଟି, କବିସୂର୍ଯନଗର ବ୍ଲକର ୫ ଗୋଟି, ଖଲିକୋଟ ବ୍ଲକର ୭ ଗୋଟି, ପାତ୍ରପୁର ବ୍ଲକର ୪ ଗୋଟି, ରଙ୍ଗେଇଲୁଣ୍ଡା ବ୍ଲକର ୬ ଗୋଟି, ଶେରଗଡବ୍ଲକର ୩ ଗୋଟି ଏବଂ ସୁରଡା ବ୍ଲକର ୧୦ ଗୋଟି ଗ୍ରାମପଞ୍ଚାୟତ ସ୍ତରୀୟ ସଂଘ ମୋନଙ୍କୁ ଅନ୍ତର୍ଭୁକ୍ତ କରାଯାଇ ଏହି ଯୋଜନାରେ ସାମିଲ କରାଯାଇଅଛି ।ଏହି ଉପକରଣ ଗୁଡ଼ିକୁ କୃଷକମାନେ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ରୁ ସ୍ବୟଂ ସହାୟିକା ଗୋଷ୍ଠୀ ମାନଙ୍କ ମାଧ୍ୟମରେ ଭଡ଼ା ସୂତ୍ର ରେ ନେଇ ସେମାନଙ୍କର କୃଷି କାର୍ଯ୍ୟ ରେ ବିନିଯୋଗ କରି ଲାଭବାନ ହୋଇ ପାରିବେ । ଏହାର ରକ୍ଷଣା ବେକ୍ଷଣ ଦାୟିତ୍ଵ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ଓ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଦ୍ବାରା କରାଯିବ । ଏହା ସହାୟିକା ଗୋଷ୍ଠୀଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବା ସହ ଚାଷ କାର୍ଯ୍ୟ ରେ ଯନ୍ତ୍ରପାତିର ବ୍ୟବହାର ଦ୍ବାରା ଅମଳ ବୃଦ୍ଧି କରିବାରେ ସାହାଯ୍ୟ କରିବ । ଏହି ଯୋଜନାରେ ଦିଆଯାଇଥିବା ଟ୍ରାକ୍ଟର ଓ ଟ୍ରେଲର ର ଫ୍ଲାଗ ଅଫ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇ ଅଛି । ଛତ୍ରପୁର ସ୍ଥିତ ନିଉ ବସଷ୍ଟାଣ୍ଡ ପ୍ରାଙ୍ଗଣରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ କୀର୍ଥୀ ଭାସନ ଭି. ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ପରିଡା ନିଜ ବକ୍ତବ୍ୟରେ ଜଣାଇଥିଲେଯେ,

ମିଶନ ଶକ୍ତି ବିଭାଗର ଓଡ଼ିଶା ଜୀବିକା ମିଶନ ପ୍ରୟାସରେ ଗଞ୍ଜାମ ଜିଲ୍ଲାର ୬୨ ଟି ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ଦ୍ୱାରା ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଦ୍ବାରା ସ୍ବୟଂ ସହାୟିକା ଗୋଷ୍ଠୀ ଆତ୍ମ ସ୍ବାବଲମ୍ବୀ ହେବାଦିଗରେ ଆଉ ଗୋଟିଏ ନୂତନ ଯୋଜନା ଯୋଡି ହୋଇଯାଇଛି । ଏହା ସେମାନଙ୍କର ଆର୍ଥିକ ମାନଦଣ୍ଡର ଉନ୍ନତି ଆଣିବା ସହିତ ଜିଲ୍ଲାର କୃଷକଗଣ ନିଜ କୃଷି କାର୍ଯ୍ୟରେ ଏହି ସବୁ ନୂତନ ଯନ୍ତ୍ରପାତିର ବ୍ୟବହାର କରି ନିଜର କୃଷି ଅନଳକୁ ବୃଦ୍ଧି କରିବା ଦିଗରେ ଅନେକ ସହାୟକ ହୋଇ ପାରିବ ।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦିଲ୍ଲୀପ ଖୁଣ୍ଟିଆ, ଜିଲ୍ଲା ମୁଖ୍ୟ ପଶୁ ସମ୍ପଦ ଅଧିକାରୀ ଦେବରାଜ ବେହେରା, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ଆଲୋକ କୁମାର ଦାଶ, ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ଶରତ ବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଓ.ଏଲ.ଏମ୍ ର ଜିଲ୍ଲା ପ୍ରକଳ୍ପ ପରିଚାଳକ ନବୀନ ସେନାପତି, ଏଏଇ ଇଂ ପ୍ରଶାନ୍ତ କୁମାର ସାହୁ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ର ପରାମର୍ଶଦାତା ରାଜୀବ ବିଷୋୟୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଯୋଗଦାନ କରିଥିଲେ । ଏହା ସହିତ ୧୦ ଗୋଟି ବ୍ଲକ ର ଗୋଷ୍ଠୀ ପ୍ରକଳ୍ପ ପରିଚାଳକ , ୬୨ ଗୋଟି ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ର ସଭାନେତ୍ରୀ, ସମ୍ପାଦିକା ଏବଂ ଏମ୍.ବି.କେ. ଗଣ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.