ନାଇଜର ଠାରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଲେ ସୁର

add-all

ଭୁବନେଶ୍ଵର: ବିଧାନସଭାର ଶୂନ୍ୟକାଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଲେ ଜଟଣୀ ବିଧାୟକ ସୁର ରାଉତରାୟ। ୬୫୦ କୋଟି ବ୍ୟୟରେ ନାଇଜର ଭୁବନେଶ୍ୱର ଠାରେ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ନେଇ ଘୋଷଣା ପରେ ସୁର ରାଉତରାୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଶୂନ୍ୟକାଳରେ ସୁର କହିଛନ୍ତି ଯେ, ହସ୍ପିଟାଲ ନିର୍ମାଣ ପାଇଁ ଭାରତ ସରକାର ୪୦୦ କୋଟି ଏବଂ ଟାଟା ଟ୍ରଷ୍ଟ ୨୫୦ କୋଟି ଦେବ । ଏହା ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବଡ଼ ଅବଦାନ ଓ ଉଦ୍ୟମ ରହିଛି । ତାଙ୍କୁ ଏଥିପାଇଁ ସ୍ୱାଗତ ଜଣାଉଛି । ଏପରି ନିଷ୍ପତ୍ତି ଜଟଣୀକୁ ଆହୁରି ବିକଶିତ କରିବ । କେବଳ ଏତିକି ନୁହେଁ ପାଇକ ପାଇଁ ଧର୍ମେନ୍ଦ୍ର ପ୍ରଧାନ ୨୦୦ କୋଟି ଟଙ୍କା ଦେଇଥିଲେ। ଏବେ ରାଜ୍ୟ ସରକାର ଜମି ଦେଇଛନ୍ତି ତେଣୁ ଉଭୟଙ୍କୁ ଧନ୍ୟବାଦ ।

ad-week
Leave A Reply

Your email address will not be published.