ପୂର୍ବତନ କର୍ମଚାରୀ ନେତା ବ୍ରହ୍ମା ବେହେରାଙ୍କ ପରଲୋକ

add-all

ଫୁଲବାଣୀ : ପୂର୍ବତନ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘ ସଭାପତି, ଜିଲା ପାଣ ସମାଜ କଲ୍ୟାଣ କମିଟିର ପୂର୍ବତନ ସଭାପତି, ମିଳିତ ନାଗରିକ କମିଟି ସଦସ୍ୟ, ବ୍ରହ୍ମାନନ୍ଦ ବେହେରାଙ୍କ ଆଜିସକାଳେ ଡାକପାଲା ସ୍ଥିତ ବାସଭବନରେ ପରଲୋକ ହେଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ପାଖlପାଖି ୮୦ବର୍ଷ ହୋଇ ଥିଲା lସେ ବ୍ରହ୍ମା ବେହେରାଙ୍କ ମୃତ୍ଯୁରେ ଜିଲା କଂଗ୍ରେସ ସଭାପତି ଅନାମ ନାୟକ, ମିଳିତ ନାଗରିକ କମିଟି ସଭାପତି ଡ଼ଃ. ଅରୂପ ଜେନା, ଜିଲା ପ୍ରେସ କ୍ଳବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, କାର୍ଯ୍ୟକାରି ସଭାପତି ଅଶୋକ ପରିଡ଼ା, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗାଲ, ନାରାୟଣ ସାହୁ, କଂଗ୍ରେସ ନେତା ଘନ ଶବର, ବୈଦ୍ୟନାଥ ବେହେରା, ଆଇନଜୀବୀ ଅଜୟ କୁମାର ସିଂହ,ସତ୍ୟ ନାରାୟଣ ବେହେରା, ରମେଶ ଚନ୍ଦ୍ର ମହାନ୍ତି, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସୂର୍ଯ୍ୟ ନାରାୟଣ ବେହେରା, ବାପି ପଟ୍ଟନାୟକ, ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଥିଲେ l ସେ ଜଣେ ଭଦ୍ର, ସରଳ, ଅମାୟିକ, ଵ୍ୟକ୍ତି ଥିଲେ l ସେ ଫୁଲବାଣୀର ପ୍ରସିଦ୍ଧ ଠାକୁରାଣୀ ଯାତ୍ରାରେ ସର୍ବଦା ସୁ ଚିନ୍ତିତ ମତାମତ ଦେବା ସହିତ ନଗର ଭ୍ରମଣ ଦାୟିତ୍ୱ ସୁଚାର ରୂପେ ତୁଲାଉ ଥିଲେ। ସ୍ବର୍ଗତ ବେହେରା ସର୍ବଦା କର୍ମଚାରୀ,ଓ ହରିଜନ ଜାତିର ନ୍ୟାର୍ଯ୍ୟ ଦାବି ପାଈଁ ଲଢେ଼ଇ କରୁଥିଲେ l ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ଵ୍ୟକ୍ତି ଶେଷ ଦର୍ଶନ କରିବାକୁ ବାସଭବନରେ ପହଞ୍ଚି ଥିଲେ l

ad-week
Leave A Reply

Your email address will not be published.