ଓଜେଇଇ ପ୍ରବେଶିକା ପରୀକ୍ଷାରେ ଯାଜପୁର କୁଆଁସରପୁର ଅଞ୍ଚଳର ଅରୁପ ପଣ୍ଡା ଟପ୍ପର

add-all

ଯାଜପୁର: ଆଜି ପ୍ରକାଶ ପାଇଛି ଓଜେଇଇ ପ୍ରବେଶିକା ପରୀକ୍ଷା ଫଳ। ଏଥିରେ ସାରା ଓଡ଼ିଶାରେ ଟପ୍ପର ହୋଇଛନ୍ତି ଯାଜପୁର କୁଆଁସରପୁର ଅଞ୍ଚଳ ର ଅରୁପ ପଣ୍ଡା। ସେ ବି ଫାର୍ମା ରେ ସାରା ଓଡ଼ିଶାର ପ୍ରଥମ ସ୍ଥାନ ହାସଲ କରିଥିବାରୁ ଜିଲାରେ ଖୁସିର ଲହରୀ ଖେଳିଯାଇଛି। ବାପା ଜିତେନ୍ଦ୍ରିୟ ପଣ୍ଡା ଓ ମା ଅପର୍ଣ୍ଣା ପଣ୍ଡା ଉଭୟ ଶିକ୍ଷକ ଅଛନ୍ତି।

ପିଲା ଦିନୁ ଜଣେ ମେଧାବୀ ଛାତ୍ର ଭାବେ ଅରୁପ ବେଶ ପରିଚିତ ଥିଲେ। ତାଙ୍କର ଏହି ସଫଳତା ପାଇଁ ନିଜ ପିତାମାତା ଙ୍କ ସହିତ ଶିକ୍ଷକ ଙ୍କୁ ଶ୍ରେୟ ଦେଇଛନ୍ତି। କଠିନ ପରିଶ୍ରମ କରିବା ସହିତ ସୋସିଆଲ ମିଡ଼ିଆ ଠାରୁ ଦୂରେଇ ରହିବାକୁ ଅରୁପ ପରାମର୍ଶ ଦେଇଛନ୍ତି। ସେ ମେଡ଼ିକାଲ ପ୍ରବେଶିକା ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି ,ଆଗକୁ ସେ ଜଣେ ଭଲ ଡାକ୍ତର ହେବେ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.