ସାଇବର ଠକେଇର ଶିକାର ହେଲେ ପୋଲିସ ବାବୁଙ୍କ ପତ୍ନୀ, ଲୁଟିନେଲେ ଲକ୍ଷେ ୧୪ହଜାର ଟଙ୍କା

add-all

ଅନେକ ସମୟରେ ଜନସାଧାରଣ ସାଇବର ଠକେଇର ଶିକାର ହେଉଥିବା ନଜର ଆସିଛି। ଚୋର ଠାରୁ ପୋଲିସ ଯେତେ ଚାଲାକ୍‌ ଭାବେ କାମ କଲେ ମଧ୍ୟ ସବୁବେଳେ ଚୋର ପୋଲିସକୁ ଭୁଆଁ ବନେଇ ତା କାମ ହାସଲ କରି ନେଉଛି। ପୋଲିସ ଯେତେ ସଜାଗ ହେଲେ ମଧ୍ୟ ତାଙ୍କ ଆଖିରେ ଧୂଳି ଦେଇ ଚୋର ଲୁଟ କରି ଚାଲୁଛି। କେତେବେଳେ ସାଇବର୍‌ କ୍ରିମିନାଲ ବ୍ଯାଙ୍କ୍‌, ପୋଷ୍ଟାଲ,ଆଧାର ଲିଙ୍କ,ପ୍ଯାନ କାର୍ଡ ଭଳି ଅନେକ ବ୍ରାଣ୍ଡ ର ନାଁ କହି ନିଜର ଓଟିପି କୋଡ ଦେବାକୁ କହି ଠକେଇ କରୁଛନ୍ତି।

ଏଭଳି ଏକ ଘଟଣା ଘଟିଛି ପେଣ୍ଠକଟା ଅଧୀନ ସଦର ବ୍ଲକ ଅଞ୍ଚଳ ଜଣେ ପୋଲିସ ବାବୁଙ୍କ ପତ୍ନୀଙ୍କ ସହ। ପ୍ରିୟଙ୍କା କାନୁନଗୋ ନାମକ ଜଣେ ମହିଳାଙ୍କୁ ଏକ ଫୋନ୍‌ କଲ୍‌ ଆସିଥିଲା। ସେ ବ୍ଯାଙ୍କର କର୍ମଚାରୀ କହି ଓଡ଼ିଆରେ ପ୍ରିୟଙ୍କା ସହ କଥା ହୋଇଥିଲେ ଏବଂ ବ୍ଯାଙ୍କ୍‌ ଆକାଉଣ୍ଟ ସହ ଆଧାର କାର୍ଡ ଲିଙ୍କ ହୋଇନି ବୋଲି କହିଥିଲା।

ଏହାପରେ ପ୍ରିୟଙ୍କାଙ୍କୁ ଏକ ଚାରି ଡିଜିଟର କୋଡ ଦେଇଥିଲା। ଏହି କୋଡ ପ୍ରିୟଙ୍କା ଉକ୍ତ ଯୁବକକୁ ଦେଇ ସାରିବା ପରେ ତାଙ୍କ ଆକାଉଣ୍ଟ ରୁ ଏକଲକ୍ଷ ୧୪ ସହ ୭୪ ଟଙ୍କା କଟି ଯାଇଥିଲା। ପ୍ରିୟଙ୍କାଙ୍କ ନିକଟକୁ ସଙ୍ଗେ ସଙ୍ଗେ ୯ ଟି ମେସେଜ୍‌ ଆସିଥିଲା। ଏହି ମେସେଜ ପ୍ରିୟଙ୍କା ପାଇବା ପରେ ସଙ୍ଗେ ସଙ୍ଗେ ନିକଟସ୍ଥ ବ୍ଯାଙ୍କ୍‌ କୁ ଯାଇ ମିନି ଷ୍ଟେଟମେଣ୍ଟ ଆଣିବା ସହ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇଥିବା ବେଳେ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ଅତିରିକ୍ତ ଏସପି ମିହିର ପଣ୍ଡା।

ad-week
Leave A Reply

Your email address will not be published.